ଓଡିଶା

odisha

ETV Bharat / state

Glory Fest 2023: ଦେଶର ବିଭିନ୍ନ ଅଞ୍ଚଳରୁ ଯୋଗଦେଲେ ୨୫୦ ଛାତ୍ରଛାତ୍ରୀ - ପୁରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ

ପୁରୀରେ ଉଦଘାଟିତ ହୋଇଛି ୨୬ତମ ଜାତୀୟ ଅନ୍ତଃମହାବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ଗ୍ଲୋରି ଫେଷ୍ଟ ୨୦୨୩ । ଏଥିରେ ଦେଶର ପ୍ରାୟ ୨୫୦ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Glory Fest 2023
Glory Fest 2023

By

Published : Jan 21, 2023, 9:06 PM IST

Updated : Jan 21, 2023, 9:31 PM IST

Glory Fest 2023

ପୁରୀ: ଜିଲ୍ଲାରେ ଉଦଘାଟିତ ହୋଇଯାଇଛି ୨୬ ତମ ଜାତୀୟ ଅନ୍ତଃମହାବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ଗ୍ଲୋରି ଫେଷ୍ଟ ୨୦୨୩ । ମହୋତ୍ସବରେ ଦେଶର ବିଭିନ୍ନ ବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ୨୫୦ ଛାତ୍ରଛାତ୍ରୀ ଯୋଗଦାନ କରିଛନ୍ତି । ୨ ଦିନ ଧରି ପୁରୀ ଟାଉନ୍‌ ହଲରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଅନେକ ପ୍ରତିଯୋଗିତା କାର୍ଯ୍ୟକ୍ରମ ରହିଥିବା ବେଳେ ଶେଷ ଦିନ ସ୍ବର୍ଣ୍ଣାଭ ବେଳାଭୂମିର ମୁକ୍ତକାଶ ରଙ୍ଗମଞ୍ଚରେ ଏହାର ଉଦଯାପନୀ ଅନୁଷ୍ଠିତ ହେବ।

ସ୍ଥାନୀୟ ପୌରସଦନଠାରେ ୨୬ ତମ ଜାତୀୟ ଅନ୍ତଃମହାବିଦ୍ୟାଳୟ ସ୍ତରୀୟ ମହୋତ୍ସବ ଗ୍ଲୋରି ଫେଷ୍ଟ ୨୦୨୩ ଉଦଘାଟିତ ହୋଇଛି। ଏହି ସାଂସ୍କୃତିକ ମହୋତ୍ସବ ୩ ଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ତେବେ ସମାରୋହର ଉଦଘାଟନ ଉତ୍ସବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନୃତ୍ୟ, ସଂଗୀତ, କ୍ବିଜ୍, ଅନ୍ତାକ୍ଷରୀ, ଆଧୁନିକ ନୃତ୍ୟ, ଚିତ୍ରକଳା ପ୍ରଭୃତି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ- Patient Stuck Inside Lift: ଆସୁଥିଲେ ଗୁରୁତର ରୋଗୀ, ଅଚଳ ହେଲା ଲିଫ୍ଟ

ମହୋତ୍ସବରେ ଶେଷ ଦିନ ବେଳାଭୂମିଠାରେ ଆୟୋଜିତ ହେବାକୁ ଥିବାବେଳେ ଏହି ସନ୍ଧ୍ୟାରେ ଗ୍ଲୋରୀ କୁଇନ୍ ପ୍ରତିଯୋଗିତା ସହ ବଲିଉଡ଼ର କଳାକାରମାନେ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ଗ୍ଲୋରି ଫେଷ୍ଟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପାଇଁ ଏକ ଭଲ ପ୍ଲାଟଫର୍ମ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପାରମ୍ପରିକ ନୃତ୍ୟକଳାର ପ୍ରଦର୍ଶନ କରିଛନ୍ତି । ଏ ନେଇ ପଶ୍ଚିମବଙ୍ଗରୁ ଆସିଥିବା ଜଣେ ନୃତ୍ୟଶିଳ୍ପୀ କହିଛନ୍ତି, "ମୁଁ ପ୍ରଥମ ଥର ଲାଗି ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛି । ଏଥିଲାଗି ମୁଁ ବହୁତ ଖୁସି ଅଛି । ଏହି କାର୍ଯ୍ୟକ୍ରମରେ ସାରା ଦେଶର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ମୋ ପ୍ରଫେସରଙ୍କ ଲାଗି ଆଜି ମୁଁ ଏଠାକୁ ଆସିପାରିଛି ।"

ଗତକାଲି ସନ୍ଧ୍ୟାରେ ଆୟୋଜିତ ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ରାଜ୍ୟ ଯୁବ ବିଜେଡ଼ିର ଉପସଭାପତି ତଥା ଗ୍ଲୋରୀ ଫେଷ୍ଟ ସଙ୍ଗଠନ କମିଟିର ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ।

ଇଟିଭି ଭାରତ, ପୁରୀ

Last Updated : Jan 21, 2023, 9:31 PM IST

ABOUT THE AUTHOR

...view details