ପୁରୀ: ପୁରୀବାସୀଙ୍କ ପାଇଁ ଖୁସି ଖବର । ପୁରୀରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ । ଆସନ୍ତା ଗୁରୁବାର ଠାରୁ ପୁରୀର ଟାଉନ୍ହଲ୍ରେ ଆରମ୍ଭ ହେବ ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବ । ଏହା ୪ଦିନ ଧରି ଚାଲିବାକୁ ଥିବାବେଳେ ଏହି ପ୍ରଦର୍ଶନୀରେ ୧୦୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଏହାକୁ ଦେଖିବେ ୨ ହଜାରୁ ଊର୍ଦ୍ଧ୍ଵ ଶିଶୁ । ଏନେଇ ଶିଶୁ ଯତ୍ନ ଅନୁଷ୍ଠାନ ‘ରସ’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।
ରସର ନିର୍ଦ୍ଦେଶକ ଦେବାଶିଷ ରଥ କହିଛନ୍ତି" ଭାରତରେ ଶିଶୁଙ୍କ ସଂଖ୍ୟା ୪୪ ପ୍ରତିଶତ । ସେମାନଙ୍କ ସୁରକ୍ଷା ଓ ସଚେତନ ପାଇଁ ଏହି ଚଳଚ୍ଚିତ୍ର ମହୋତ୍ସବ ସୁଯୋଗ ସୃଷ୍ଟି କରିବ । ଚଳଚ୍ଚିତ୍ର ଗୁଡ଼ିକର ଅବଧି 2 ମିନିଟରୁ ୩୦ ମିନିଟ ରହିଛି । ୪ ଦିନ ଭିତରେ 2 ହଜାରରୁ ଊର୍ଦ୍ଧ୍ଵ ଶିଶୁମାନେ ଏହି ଚଳଚ୍ଚିତ୍ର ଦେଖିବାର ବ୍ୟବସ୍ଥା କରାଯାଇଛି । ଚଳଚ୍ଚିତ୍ର ପ୍ରଦର୍ଶନୀ ବେଳେ ଶିଶୁମାନଙ୍କ ସୁରକ୍ଷା, ପାନୀୟଜଳ ଜଳ ଯୋଗାଣ, ଆମ୍ବୁଲାନ୍ସ ଆଦିର ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ୧୭ ତାରିଖ ଦିନ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଜିଲ୍ଲାର ଆଗ୍ରହୀ ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଶିଶୁ ଚଳଚ୍ଚିତ୍ର ମାଗଣାରେ ଦେଖିପାରିବେ । "
ଏହା ମଧ୍ୟ ପଢନ୍ତୁ....ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ପାଇଁ ହେବ ସ୍ବତନ୍ତ୍ର ଅଭ୍ୟର୍ଥନା କେନ୍ଦ୍ର, ଏକକାଳୀନ ବସି ପାରିବେ ଅଢେଇ ହଜାର ଭକ୍ତ