ଓଡିଶା

odisha

ETV Bharat / state

ଜନ୍ମମାଟିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଅସମ୍ମାନ - ମହାପୁରୁଷଙ୍କୁ ଅସମ୍ମାନ

ଜନ୍ମମାଟି ପୁରୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଅସମ୍ମାନ ହୋଇଛି । ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀକୁ ଅପମାନିତ କରାଯାଇଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

insults to the statue of utkalmani gopabandhu
insults to the statue of utkalmani gopabandhu

By ETV Bharat Odisha Team

Published : Sep 28, 2023, 2:19 PM IST

ଜନ୍ମମାଟିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଅସମ୍ମାନ

ପୁରୀ:ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କୁ ଅସମ୍ମାନ କରାଯାଇଛି । ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀକୁ ଅପମାନିତ କରାଯାଇଥିବା ଦେଖିବାକୁ ମିଳିଛି । ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କଲା ଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଥିବା ସ୍ଥାନକୁ ଧଳାକପଡାରେ ସମ୍ପୂର୍ଣ୍ଣ ଭାବେ ଆବଦ୍ଧ କରି ଦିଆଯାଇଛି। ଏଭଳି ଭାବରେ ଧଳା କପଡାରେ ଆବଦ୍ଧ କରାଯାଇଛି ଯେ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଛି । ଏହା ମହାପୁରୁଷଙ୍କ ପ୍ରତି ଅସମ୍ମାନ ବୋଲି ଚର୍ଚ୍ଚା ହେଉଥିବା ବେଳେ ଭିଡିଓ ଭାଇରାଲ ପରେ ଏହାକୁ କାଢି ଦିଆଯାଇଛି । ତେବେ ଏଠି ପ୍ରଶ୍ନ ଉଠିଛି କିଏ ଓ କାହିଁକି ଏଭଳି ଆବଦ୍ଧ କରିଥିଲା । ପୁଣି କାଢି ଦିଆ ଯାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶ୍ରୀମନ୍ଦିର ପରିଦର୍ଶନ କରିବା ସମୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିଥିଲେ । ସେଠି ମହାପୁରୁଷଙ୍କୁ ଅପମାନିତ କରାଯିବାକୁ ନେଇ ସାଧାରଣ ରେ ଉଦବେଗ ପ୍ରକାଶ ପାଇଛି ।

ଏହା ବି ପଢନ୍ତୁ...ମହାପୁରୁଷଙ୍କୁ ଅପମାନ: ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ରାତାରାତି ହଟିଲା ପ୍ରତିମୂର୍ତ୍ତି

ତେବେ ଏଠି ପ୍ରଶ୍ନ ଉଠୁଛି କିଏ ଓ କାହିଁକି ଉତ୍କଣମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀକୁ କପଡାରେ ଆବଦ୍ଧ କରିଥିଲା । ଜାଣତରେ ନା ଅଜାଣତରେ ଏହା କରାଯାଇଛି । ଏହା ସହିତ ପ୍ରତିମୂର୍ତ୍ତୀ ନିକଟକୁ ଯିବାକୁ ଯେଉଁ କଂକ୍ରିଟ ପାହାଚ ଥିଲା ତାହାକୁ ମାଟିରେ ମିଶାଇ ଦିଆ ଯାଇଛି । ପ୍ରତିମୂର୍ତ୍ତିରେ ଫୁଲମାଳ ଦେବାପାଇଁ ହେଲେ ସେହି ପାହାଚରେ ଚଢି ଯିବାକୁ ହୋଇଥାଏ ତାକୁ ଭାଙ୍ଗି ଦିଆଯାଇଛି । ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପ ନାମରେ ମହାପୁରୁଷଙ୍କୁ ଅସମ୍ମାନିତ କରାଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।

ଏହା ବି ପଢନ୍ତୁ...ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନେଲେ ବିଦେଶୀ ପର୍ଯ୍ୟଟକ, କହିଲେ ପ୍ରଭାବିତ କରିଛି ମହାପୁରୁଷଙ୍କ ଜୀବନୀ

ନିକଟରେ ମହାପୁୁରୁଷଙ୍କ ଜୀବନରେ ପ୍ରଭାବିତ ହୋଇ ଜଣେ ବିଦେଶୀ ପର୍ଯ୍ୟଟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତୀ ନେଉଥିବା ଖବର ପ୍ରସାରିତ ହୋଇଥିଲା । ସୁଦୂର ଅଷ୍ଟ୍ରେଲିଆରୁ ଆସିଥିବା ବିଦେଶୀ ପର୍ଯ୍ୟଟକ ହ୍ୟାରିପିଚ ମ୍ୟାନ ଗୋପବନ୍ଧୁ ଏବଂ ଆଚାର୍ଯ୍ୟ ହରିହରଙ୍କ ଦୁଇଟି ଫାଇଭର ମୂର୍ତ୍ତୀ ନିଜ ଦେଶକୁ ନେଇଥିଲେ । ନିଜ ଅଞ୍ଚଳର କମ୍ୟୁନିଟି ହଲ ସମ୍ମୁଖରେ ଏହି ମୂର୍ତ୍ତିକୁ ସେ ସ୍ଥାପନ କରିବେ ବୋଲି କହିଥିଲେ । ହେଲେ ଜନ୍ମମାଟିରେ ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ ଅସମ୍ମାନକୁ ନେଇ ଅସନ୍ତୋଷ ଦେଖା ଦେଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details