ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କୁ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ - ପୁରୀ ଗସ୍ତରେ ଶିଳ୍ପପତି ନବୀନ ଜିନ୍ଦଲ

ପୁରୀ ଗସ୍ତରେ ଆସିଥିବା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଅଧିକ ପଢ଼ନ୍ତୁ

ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ
industrialist naveen jindal

By

Published : Feb 14, 2023, 7:26 AM IST

Updated : Feb 14, 2023, 8:29 AM IST

ପୁରୀ: ଓଡ଼ିଶା ଗସ୍ତରେ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନବୀନ ଜିନ୍ଦଲ । ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ବାଟଗାଁ ଛକ ଠାରେ ୧୦୮ ଫୁଟ ଉଚ୍ଚତାରେ ତ୍ରିରଙ୍ଗା ପତାକା ସ୍ଥାପନା କାର୍ଯ୍ୟକ୍ରମରେ ଯୋଗଦେବା ପରେ ନବୀନ ଜିନ୍ଦଲ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ନବୀନ ଜିନ୍ଦଲଙ୍କ ସହ ପତ୍ନୀ ସାଲୁ ଜିନ୍ଦଲ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ସମାନ Grade Payକୁ ସମାନ ଦରମା ଦାବି, ୩ଦିନିଆ ସାମୁହିକ ଛୁଟିରେ ୩୦୦୦ରୁ ଊର୍ଦ୍ଧ୍ବ ଅଧ୍ୟାପକ

ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲଙ୍କ ଗସ୍ତ ଅବସରରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ଦିଆସିଲି କାଠିରେ ନିର୍ମାଣ କରିଥିବା ନାଗା ମୂର୍ତ୍ତିର ଏକ ନିଆରା କଳାକୃତି ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଦିଆସିଲି କାଠିରେ ନିର୍ମାଣ ହୋଇଥିବା ଏହି ନାଗା ମୂର୍ତ୍ତିକୁ ଦେଖି ନବୀନ ବେଶ୍ ଉତ୍ସାହିତ ଏବଂ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ୪୭୨୭ଟି ଦିଆସିଲି କାଠିରେ ଏହି ନାଗା ମୂର୍ତ୍ତିକୁ ନିର୍ମାଣ ହୋଇଥିବା ବେଳେ ଏହାର ଉଚ୍ଚତା ୨୨ ଇଞ୍ଚ ଓ ପ୍ରସ୍ଥ ୧୪ ଇଞ୍ଚ ରହିଛି । ଏହି ମୂର୍ତ୍ତିକୁ ସମ୍ପୂର୍ଣ୍ଣ ତିଆରି କରିବା ପାଇଁ ଶାଶ୍ବତଙ୍କୁ ୨୩ ଦିନ ସମୟ ଲାଗିଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:JNU ପ୍ରଫେସରଙ୍କୁ ମାଡ଼ ଘଟଣା, ବାଣୀବିହାରରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ

ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇ ସେ ବେଶ ଆନନ୍ଦିତ ଥିବା କହିଥିଲେ । ଭାରତବାସୀଙ୍କ ବିକାଶ ନେଇ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ନବୀନ ଜିନ୍ଦଲ । ତେବେ ମହାପ୍ରଭୁଙ୍କ କୃପାରୁ ସେ ଶ୍ରୀକ୍ଷେତ୍ର ଧାମ ଆସିଥିବା ବେଳେ ଏହିଭଳି ଆଶୀର୍ବାଦ ତାଙ୍କ ଉପରେ ରଖିବାକୁ ଓ ପୁଣି ଶ୍ରୀକ୍ଷେତ୍ର ଆସିବା ନେଇ ଡୋରି ଲଗେଇବାକୁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି ।

ସୂଚନା ଥାଉକି, ପୌରୁଷ ଓ ବୀରତ୍ବର ପ୍ରତୀକ ନାଗା ଶ୍ରୀକ୍ଷେତ୍ରରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଛନ୍ତି । ନାଗା ପୂଜା ପୁରୀରେ ସ୍ବତନ୍ତ୍ର ଓ ନିଆରା । ନାଗାଙ୍କ ମୂର୍ତ୍ତିକୁ ଯୋଦ୍ଧା ବେଶରେ ସଜାଯାଇ ପୂଜା କରାଯାଏ । ପୂର୍ବରୁ ଦିଆସିଲି କାଠିରେ ନାଗା ମୂର୍ତ୍ତି ତିଆରି କରି ଯୁବଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ଚର୍ଚ୍ଚାରେ ରହିଥିଲେ । ପୁଣି ନିଜ ହାତରେ ଏହି ନିଆରା କଳାକୃତି କରି ନବୀନ ଜିନ୍ଦଲଙ୍କୁ ଉପହାର ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Feb 14, 2023, 8:29 AM IST

ABOUT THE AUTHOR

...view details