ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଦର୍ଶନ ପାଇ ନିଜକୁ ଭାଗ୍ୟବାନ ମନେ କରୁଛି: ଅନୁରାଧା ପୌଡଓ୍ବାଲ - ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଅନୁରାଧା ପୌଡଓ୍ବାଲ

ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କଣ୍ଠଶିଳ୍ପୀ ଅନୁରାଧା ପୌଡଓ୍ବାଲ । ଅଧିକ ପଢନ୍ତୁ

anuradha paudwal
anuradha paudwal

By

Published : Feb 3, 2023, 7:33 AM IST

ଅନୁରାଧା ପୌଡଓ୍ବାଲ

ପୁରୀ: ଶ୍ରୀକ୍ଷେତ୍ରରେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପୌଡଓ୍ବାଲ । ଗତକାଲି(ଗୁରୁବାର) ଅନୁରାଧା ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଯେତେବେଳେ ସେ ଓଡିଶା ଆସନ୍ତି ମହାପ୍ରଭୁଙ୍କ ବିନା ସେ ଶାନ୍ତି ପାଆନ୍ତି ନାହିଁ ବୋଲି କହିଛନ୍ତି ।

ଗୁରୁବାର ଅପରାହ୍ନରେ କଣ୍ଠଶିଳ୍ପୀ ଅନୁରାଧା ପୌଡଓ୍ବାଲ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାବାହୁଙ୍କ ଦର୍ଶନ କରିଛନ୍ତି । ପ୍ରଥମେ ସିଂହଦ୍ବାରରେ ପ୍ରବେଶ କରିବା ପରେ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ବାଇଶି ପାହାଚ ଚଢି ଶ୍ରୀମନ୍ଦିରକୁ ଯାଇଥିଲେ । ଏହାପରେ ଗର୍ଭଗୃହରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

ମହାପ୍ରଭୁଙ୍କ ଦର୍ଶନ ସମୟରେ ଅତ୍ୟନ୍ତ ଭାବବିହ୍ବଳ ହୋଇପଡିଥିଲେ । ପରେ ସେ ଶ୍ରୀ ମନ୍ଦିର ବେଢ଼ା ଭିତରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଦର୍ଶନ ସାରି ସିଂହ ଦ୍ବାର ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଏନେଇ ସୁନାମଧନ୍ୟ କଣ୍ଠଶିଳ୍ପୀ କହିଛନ୍ତି, "ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇ ନିଜକୁ ବେଶ ଭାଗ୍ୟବାନ ମନେ କରୁଛନ୍ତି । ଯେତେବେଳେ ଓଡ଼ିଶା ଆସେ ମହାପ୍ରଭୁଙ୍କ ଦର୍ଶନ ବିନା ଶାନ୍ତି ପାଏ ନାହିଁ । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଇଚ୍ଛା ବିନା କିଛି ହୁଏନି । ସବୁ ମହାପ୍ରଭୁଙ୍କ ଆଶୀର୍ବାଦ ।"

ଏହା ମଧ୍ୟ ପଢନ୍ତୁ: Shaligram Stone In Ayodhya: ବୈଦିକ ବ୍ରାହ୍ମଣ କଲେ ପୂଜାର୍ଚ୍ଚନା, ଶିଳାରେ ନିର୍ମାଣ ହେବ ପ୍ରଭୁଙ୍କ ପ୍ରତୀମା

ମହାପ୍ରଭୁଙ୍କର ଅନେକ ଭଜନ ଗାଇ ଅନୁରାଧା ପୌଡୱାଲ ଓଡ଼ିଶାରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । କେରି କେରି ସୁନା ଦୁବ, ଛଅ ଖଣ୍ଡ କାଠରେ ମୋ ହେବ ଶବାରୀ, ଯାରେ ଯା ଉଡି ଉଡି ମନ ଚଢେଇ, କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା, ମୁଁ ଯେ ଲାଜରେ ଚାହିଁ ପାରୁନି ଆଦି ଗୀତ ଗାଇ ସେ ଲୋକଙ୍କ ହୃଦୟ ଜିଣିଥିଲେ । ଶ୍ରୀଜଗନ୍ନାଥଙ୍କ ଅନେକ ଜଣାଣ ଏବଂ ଭଜାନ ପାଇଁ ସେ ବେଶ ପରିଚିତ ।

ସଙ୍ଗୀତ ଜଗତରେ ନିଜର ସ୍ବତନ୍ତ ସ୍ଥାନ ସୃଷ୍ଟି କରିପାରିଥିବା ସୁନାମଧନ୍ୟ କଣ୍ଠଶିଳ୍ପୀ ଅନୁରାଧା ପୌଡଓ୍ବାଲ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ତେବେ ସେ ଓଡିଶାରେ ମାଗଣାରେ ଶ୍ରବଣଯନ୍ତ୍ର ବାଣ୍ଟିବେ ବୋଲି କହିଛନ୍ତି ଅନୁରାଧା । ପ୍ରଥମ ପର୍ଯ୍ୟାୟରେ ପୁରୀରେ ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସ୍କ୍ରିନିଂ କରି ଶ୍ରବଣବାଧିତଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯିବ ଏବଂ ପରବର୍ତ୍ତି ସମୟରେ ଏନ୍ୟ ଜିଲ୍ଲାରେ ପ୍ରଦାନ କରାଯିବା ନେଇ ଅନୁରାଧା ଘୋଷଣା କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details