ଓଡିଶା

odisha

ETV Bharat / state

Municipal Election: କୋଣାର୍କରେ ସ୍ବାଧୀନ ପ୍ରାର୍ଥୀଙ୍କ ଜମୁଛି ପ୍ରଚାର - କୋଣାର୍କରେ ସ୍ବାଧୀନ ପ୍ରାର୍ଥୀଙ୍କ ଜମୁଛି ପ୍ରଚାର

ଚାଲିଛି ପୌର ନିର୍ବାଚନ ପାଇଁ ପ୍ରଚାର ଲଢ଼େଇ । ପୁରୀ ଜିଲ୍ଲା କୋଣାର୍କରେ ସ୍ଵାଧୀନ ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

independent candidates campaigning for municipal election in konark
Municipal Election: କୋଣାର୍କରେ ସ୍ବାଧୀନ ପ୍ରାର୍ଥୀଙ୍କ ଜମୁଛି ପ୍ରଚାର

By

Published : Mar 14, 2022, 11:51 AM IST

ପୁରୀ:ଚାଲିଛି ପୌର ନିର୍ବାଚନ ପାଇଁ ପ୍ରଚାର ଲଢ଼େଇ । ନିର୍ବାଚନ ପାଖେଇ ଆସୁଥିବାବେଳେ ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ ଜୋରଦାର କସରତ କରୁଛନ୍ତି । ପୁରୀ ଜିଲ୍ଲା କୋଣାର୍କରେ ସ୍ଵାଧୀନ ପ୍ରାର୍ଥୀ ଡୋର ଟୁ ଡୋର କ୍ୟାମ୍ପେନ କରୁଥିବା ଦେଖିବାକୁ ମିଳିଛି। ପୌର ନିର୍ବାଚନକୁ ନେଇ କୋଣାର୍କ ଏନଏସିରେ ପ୍ରାର୍ଥୀଙ୍କ ଭିତରେ ଜୋରଦାର ଲଢେ଼ଇ ଚାଲିଛି । ଚଳିତ ପୌର ନିର୍ବାଚନରେ କୋଣାର୍କ ଏନଏସିରେ 10 ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି । 10 ଜଣ ପ୍ରାର୍ଥୀଙ୍କ ଭିତରେ 6 ଜଣ ସ୍ଵାଧୀନ ପ୍ରାର୍ଥୀ ରହିଛନ୍ତି।

Municipal Election: କୋଣାର୍କରେ ସ୍ବାଧୀନ ପ୍ରାର୍ଥୀଙ୍କ ଜମୁଛି ପ୍ରଚାର

ତେବେ ଚଳିତ ଥର ଏନଏସି ଅଧ୍ୟକ୍ଷ ପଦ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଜଣେ ଉଚ୍ଚ ଶିକ୍ଷିତା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ଅଞ୍ଚଳର ଅନେକ ପରିବର୍ତ୍ତନ ଓ ବିକାଶ ଯୋଜନା ନେଇ ପ୍ରଚାର କରୁଛନ୍ତି । ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ସେହିପରି ଅଧ୍ୟକ୍ଷ ପଦ ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ ଟୁନିଲତା ନାୟକ ନିର୍ବାଚନ ଲଢ଼ୁଛନ୍ତି । ଲୋକ ମାନଙ୍କ ସମର୍ଥନ ନେଇ ଏବେ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି । କୋଣାର୍କ ଏନଏସି 9 ନମ୍ବର ୱାର୍ଡର ସ୍ବାଧୀନ ପ୍ରାର୍ଥୀ ଭାବେ ରେନୁ ରାଓ ନିଜର ପ୍ରଚାର ଜାରି ରଖିଛନ୍ତି।

ଅନ୍ୟପଟେ କୋଣାର୍କ ଏନଏସିକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ । ତେଣୁ ଚଳିତ ପୌର ନିର୍ବାଚନରେ 5 ନମ୍ବର ୱାର୍ଡରୁ କାଉନସିଲର ପ୍ରାର୍ଥୀ ଭାବେ କଂଗ୍ରେସରୁ ନିହାର ରଞ୍ଜନ ବେଉରା ପ୍ରତିନ୍ଦ୍ବନ୍ଦିତା କରୁଛନ୍ତି । ଏଥର 5 ନମ୍ବର ୱାର୍ଡ ବାସୀଙ୍କଠାରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details