ପୁରୀ:ସମୁଦ୍ର ସ୍ନାନ ବେଳେ ପୁଣି ଅଘଟଣ । ପୁରୀ ପିଙ୍କ ହାଉସ ବେଳାଭୂମିରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ନାବାଳକ ହେଲେ ଝାରଖଣ୍ଡର ଦୀପକ କୁମାର । ତାଙ୍କ ବୟସ 17ବର୍ଷ ହେବ ବୋଲି ସୂଚନା ମିଳିଛି । ସମୁଦ୍ରରେ ପରିବାରର 7ଜଣ ଗାଧୋଉ ଥିବାବେଳେ ସମସ୍ତେ ବୁଡି ଯାଉଥିଲେ ।
ସମୁଦ୍ରରେ ବୁଡି ଗଲେ 7 ପର୍ଯ୍ୟଟକ, ଜଣେ ନିଖୋଜ - a tourist missing in puri
ସମୁଦ୍ର ସ୍ନାନ ବେଳେ ଅଘଟଣ । ଜଣେ ପର୍ଯ୍ୟଟକ ନିଖୋଜ, ତଦନ୍ତ ଜାରି । ଅଧିକ ପଢନ୍ତୁ...
ସମୁଦ୍ରରେ ସ୍ନାନ ବେଳେ ଅଘଟଣ , ଜଣେ ପର୍ଯ୍ୟଟକ ନିଖୋଜ
ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ 6 ଜଣଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହେଲେ ଦୀପକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ସେପଟେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ