ପୁରୀ: ଜିଲ୍ଲାରେ କୋଭିଡ ସଂକ୍ରମଣ ଯେଭଳି ବ୍ୟାପକ ଭାବେ ନ ବ୍ୟାପେ ସେ ନେଇ ପୁରୀ ଜିଲ୍ଲାପାଳ କଡା ନିଷ୍ପତ୍ତି ନେବାରେ ଲଗିଛନ୍ତି। ଅସନ୍ତା 15 ଦିନ ଯାଏ ଜିଲାର ସମସ୍ତ ସରକାରୀ ଅଫିସକୁ ଲୋକଙ୍କ ଯିବା ନେଇ କଟକଣା ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ । କେବଳ ପୋଲିସ ଓ ସ୍ୱାସ୍ତ୍ୟ ବିଭାଗକୁ ଛାଡି ଏହି କଟକଣା ରହିବ। ସ୍ଥାନୀୟ ତହସିଲ ଦାର ଓ ବିଡିଓଙ୍କ ନମ୍ବରରେ ଫୋନ ନମ୍ବର ଜାରି ହେବ ଓ ଲୋକମାନେ ଫୋନରେ ଯୋଗାଯୋଗ କରି ନିଜର କାର୍ଯ୍ୟ କରିବାକୁ ବ୍ୟବସ୍ଥା ହୋଇ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି।
15 ଦିନ ଯାଏଁ ପୁରୀରେ ସରକାରୀ ଅଫିସ ଯିବା ମନା ! - ସରକାରୀ ଅଫିସକୁ ଯିବା ନେଇ ଲୋକଙ୍କୁ କଟକଣା
ଅସନ୍ତା 15 ଦିନ ଯାଏ ଜିଲାର ସମସ୍ତ ସରକାରୀ ଅଫିସକୁ ଲୋକଙ୍କ ଯିବା ନେଇ କଟକଣା ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ । କେବଳ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗକୁ ଛାଡି ଏହି କଟକଣା ସମସ୍ତଙ୍କ ପାଇଁ ଲାଗୁ ରହିବ । ସ୍ଥାନୀୟ ତହସିଲ ଦାର ଓ ବିଡିଓଙ୍କ ନମ୍ବରରେ ଫୋନ ନମ୍ବର ଜାରି ହେବ ଓ ଲୋକମାନେ ଫୋନରେ ଯୋଗାଯୋଗ କରି ନିଜର କାର୍ଯ୍ୟ କରିବାକୁ ବ୍ୟବସ୍ଥା ହୋଇ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।
କିଛିଦିନ ହେବ ପୁରୀର ବିଭିନ୍ନ ସରକାରୀ ଅଫିସରୁ କର୍ମଚାରୀ କୋଭିଡ ଭୁତାଣୁ ସଂକ୍ରମଣ ରିପୋର୍ଟ ଆସିବା ପରେ ଲୋକଙ୍କ ସ୍ୱାସ୍ତ୍ୟ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି। ସେହିପରି କାହାର ଯଦି କିଛି ଲକ୍ଷଣ ପ୍ରକାଶ ପାଏ ତୁରନ୍ତ ଆଶା କର୍ମୀଙ୍କୁ ଜଣାଇବା ଉଚିତ। ଏହାକୁ ଲୁଚାଇ ରଖିଲେ ନିଜର କ୍ଷତି ହେବା ସହ ନିଜ ପରିବାର ଓ ପୁରା ସମାଜର କ୍ଷତି ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।
ସେହିପରି ଅତି ଜରୁରୀ ନ ଥିଲେ ଏହି ସମୟରେ ବିବାହ କାର୍ଯ୍ୟ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ବାହାରକୁ ଗଲେ ନିଜର ଟ୍ରାଭେଲ ହିଷ୍ଟ୍ରି ଲେଖି ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଫଳରେ କୋଭିଡ ପଜେଟିଭ ବାହାରିଲେ କଣ୍ଟାକ୍ଟ ଟ୍ରେସିଂ କରିବା ସହଜ ହେବ। ସେହିପରି ପ୍ରତି ବ୍ଲକରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନେଇ ସଚେତନ କରାଯିବ ବୋଲି ଜିଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ