ଓଡିଶା

odisha

ETV Bharat / state

ବେଆଇନ ବାଲି ଚାଲାଣ, 3 ଗିରଫ

ରାଜ୍ୟରେ ବେଆଇନ ଚାଲାଣ ବଢିବାରେ ଲାଗିଛି । ଏହି ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ ଜାରି ରହିଥିଲା । ମଙ୍ଗଳବାର ଡ୍ରାଇଭର ସହ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

ବେଆଇନ ବାଲି ଚାଲାଣ,3 ଗିରଫ
ବେଆଇନ ବାଲି ଚାଲାଣ,3 ଗିରଫ

By

Published : Nov 3, 2020, 12:44 PM IST

ପୁରୀ: ରାଜ୍ୟରେ ବଢୁଛି ବେଆଇନ ଚାଲାଣ । ପୁରୀ ଜିଲ୍ଲାରେ ବେଆଇନ ବାଲି ଚାଲାଣ ନେଇ ତତପର ହୋଇଛି ପୁରୀ ପୋଲିସ । ଚୋରାରେ ବାଲି ଚାଲାଣ କରି ପୋଲିସ ହାତରେ ଧରା ପଡିଛନ୍ତି ତିନି ଅଭିଯୁକ୍ତ ।

ପୋଲିସ ସୂଚନାନୁଯାୟୀ, ସତ୍ୟବାଦୀରେ ଗତ ରାତିରେ ପୁରୀ ପେଣ୍ଠକଟା ବଜାର ଦେଇ ବେଆଇନ ଭାବେ ଏକ ଟ୍ରାକ୍ଟର ମାଧ୍ୟମରେ ବାଲି ଚାଲାଣ ହେଉଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଓ ଟ୍ରାକ୍ଟରକୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ତିନିଜଣ ହେଲେ ସତ୍ୟବାଦୀର ଶଙ୍କର ପାଣି , ନିମାପଡାର ମଙ୍ଗୁଳୀ ଚରଣ ନାୟକ ଓ ଅସ୍ତରଙ୍ଗର ପ୍ରତାପ ସେନାପତି । ଅଭିଯୁକ୍ତମାନଙ୍କୁ ପୁରୀ ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି ।

ଗତ କିଛିଦିନ ହେବ ପୁରୀ ଜିଲ୍ଲାରେ ବେଆଇନ ବାଲି ଓ ପଥର ଚାଲାଣକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ ଦୁଇ ସପ୍ତାହ ଭିତରେ 30ରୁ ଅଧିକ ଟ୍ରକ , ଟ୍ରାକ୍ଟର, ପଥର କଟା ମେସିନ ସହ 30ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଈଟିଭି ଭାରତ

ABOUT THE AUTHOR

...view details