ପୁରୀ: ଅସ୍ତରଙ୍ଗ ବନ ବିଭାଗ , ମତ୍ସ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ଅଲିଭି ରିଡଲେ କଇଁଛଙ୍କ ସୁରକ୍ଷା ଓ ଅଣ୍ଡାଦାନ ପ୍ରକ୍ରିୟା ଲାଗି ମିଳିତ ଭାବେ ପାଟ୍ରୋଲିଂ ଜାରି ରହିଛି। ଦେବୀ ନଦୀ ମୁହାଣ ଠାରୁ 3 କିମି ଦୂରରେ ସମୁଦ୍ରରେ ବେଆଇନ ଭାବେ ମାଛ ମାରୁଥିବା ପାରାଦୀପର ଗୋପାଳଜୀଉ 2 ଏମଏମ 237 ନାମକ ଟ୍ରଲରକୁ ଜବତ କରାଯାଇଛି।
ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଜବତ - illegal fishing
ଦେବୀ ନଦୀ ମୁହାଣ ଠାରୁ 3 କିମି ଦୂରରେ ସମୁଦ୍ରରେ ବେଆଇନ ଭାବେ ମାଛ ମାରୁଥିବା ପାରାଦୀପର ଗୋପାଳଜୀଉ 2 ଏମଏମ 237 ନାମକ ଟ୍ରଲରକୁ ଜବତ କରାଯାଇଛି।
ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଜବତ
ଏହା କୁଜଙ୍ଗରେ ରେଜିଷ୍ଟ୍ରେସନ ହୋଇ ଥିବା ଜଣାପଡିଛି। ଫରେଷ୍ଟର ବାବୁଲି ମଲ୍ଲିକ , ସବୀର ସାହୁ , ଜୁନିଅର ଫିସାରି ଅଫିସର ଓ ଫୋର୍ସ ଉକ୍ତ ଟ୍ରଲରକୁ ଜବତ କରି ନୂଆଗଡ଼ ଜେଟିକୁ ଆଣିଛନ୍ତି। ଟ୍ରଲରଟି ମାଛ ଧରା ବନ୍ଦରରେ ପହଁଚିବା ପରେ ଅସ୍ତରଙ୍ଗ ରେଞ୍ଜର ହିମାନ ନାୟକ , ମତ୍ସ ଅଧିକାରୀ ସୁଧାଂଶୁ ଶେଖର ମଲ୍ଲିକ ପ୍ରମୁଖ ପହଞ୍ଚି ବାଟରେ ଥିବା 6 ଜଣ ମତ୍ସଜୀବୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଏଥିସହ ବୋଟରେ ଥିବା ମାଛ ଗୁଡିକୁ ସର୍ବସାଧରଣରେ ନିଲାମ କରିଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ