ପୁରୀ:ପୁରୀ ଜିଲ୍ଲା ନିମାପଡ଼ା ଥାନା ଦିଘାଲ ମୁସଲିମ ବସ୍ତିରେ ଅଭାବନୀୟ ଘଟଣା । ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି ପୋଲିସ । ତେବେ ପାରିବାରିକ କଳହ ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ସୂଚନାନୁସାରେ ଦିଘାଲସ୍ଥିତ ମୁସଲିମ ବସ୍ତିର ବାସିନ୍ଦା ଓରଫାନ ଖାନ ସ୍ତ୍ରୀ ତାରୁନ ବିବିଙ୍କୁ ନିର୍ମମ ଭାବରେ ହତ୍ୟା କରିଛି । ରବିବାର ରାତିରେ ଏକ ବ୍ଲେଡରେ ତଣ୍ଟି କାଟିଛି ଅଭିଯୁକ୍ତ । ଏନେଇ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ । ଅନ୍ୟପକ୍ଷରେ ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ନିମାପଡ଼ା SDPO ପହଞ୍ଚି ତଦନ୍ତ କରିଥିଲେ ।
ଗତ କିଛବର୍ଷ ହେବ ମୃତକଙ୍କ ସ୍ବାମୀ ପତ୍ନୀ ତାରୁନଙ୍କୁ ନିର୍ଯାତନା ଦେଉଥିଲେ । ଘର କଳି ପଦାରେ ପଡ଼ିଲେ ଅନେକଥର ଭଦ୍ର ଲୋକଙ୍କ ଉପସ୍ଥିତରେ ସମାଧାନ ବି ହୋଇଛି । ତେବେ ରବିବାର ତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ମୃତ ମହିଳାଙ୍କ ସ୍ବାମୀଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଛି । ସମସ୍ତଙ୍କୁ ପୋଲିସ୍ ତଦନ୍ତ କରି ଗିରଫ କରୁ ବୋଲି ମୃତକଙ୍କ ଭାଇ ନିମାପଡା ଥାନାରେ ଅଭିଯୋଗ କରିଛନ୍ତି ।