ଓଡିଶା

odisha

By

Published : Apr 7, 2020, 6:27 PM IST

ETV Bharat / state

ନିରାଶ୍ରୟଙ୍କ ପାଇଁ ପୁରୀ ପୋଲିସର ମାନବିକତା

ମହାମାରୀ କୋରୋନା କୁନେଇ ଲକଡାଉନ ପୁରୀ ପୋଲିସ ଗରିବ ନିରାଶ୍ରୟ ଲୋକ, ମାନସିକ ବିକୃତି ଲୋକଙ୍କୁ ଖାଦ୍ୟ ଯୋଗାଉଛି । ପୁରୀ ପୋଲିସ ମାନବିକତା କାର୍ଯ୍ୟ କରି ମଧ୍ୟ ଲୋକଙ୍କ ନିକଟକୁ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରୁଛି ।

humanity-of-the-puri-police-for-the-homeless-over-covid19
ନିରାଶ୍ରୟଙ୍କ ପାଇଁ ପୁରୀ ପୋଲିସର ମାନବିକତା

ପୁରୀ: ଲକଡାଉନକୁ ନେଇ ସଂପୂର୍ଣ୍ଣ ସହର ବନ୍ଦ ରହିଛି । ସବୁ ହୋଟେଲ ମଧ୍ୟ ବନ୍ଦ ରହିଛି । ଆଉ ଏହାର ପ୍ରଭାବ ସିଧାସଳଖ ପଡିଛି ନିରାଶ୍ରୟ ଲୋକ ଏବଂ ମାନସିକ ବିକୃତ ଲୋକଙ୍କ ଉପରେ । ହୋଟେଲ ଖୋଲି ଥିବା ବେଳେ ଏହି ନିରାଶ୍ରୟ ବ୍ୟକ୍ତି ଅବା ମାନସିକ ବିକୃତ ମାନଙ୍କୁ ହୋଟେଲ ବ୍ୟବସାୟୀ ମାନେ ପ୍ରତିଦିନ ଖାଇବାକୁ ଦେଇଥାନ୍ତି। ଏହି ଭଳି ରାସ୍ତା କଡରେ ପଡି ରହି ଜୀବନ ବିତାନ୍ତି ।

ନିରାଶ୍ରୟଙ୍କ ପାଇଁ ପୁରୀ ପୋଲିସର ମାନବିକତା

ମହାମାରୀ କୋରୋନା ଯୋଗୁଁ ଲକଡାଉନ ପରେ ହୋଟେଲ ବନ୍ଦ ଯୋଗୁ ଏହି ନିରାଶ୍ରୟ ଗରିବ ଲୋକ ଏବଂ ମାନସିକ ବିକୃତ ମାନେ ପେଟକୁ ଗଣ୍ଡେ ଦାନା ପାଉନାହାନ୍ତି ଏବଂ ଭୋକ ଉପାସରେ ରାସ୍ତାରେ ପଡି ରହିଛନ୍ତି । ଅନେକ ଜାଗାରେ ସରକାର ଏମାନଙ୍କ ରହିବା ଖାଇବା ବ୍ୟବସ୍ଥା କରିଥିଲେ ମଧ୍ୟ ଅନେକ ସେଠାକୁ ବିଭିନ୍ନ ପରିସ୍ଥିତି ଯୋଗୁ ଯାଉନାହାନ୍ତି । ତେବେ ଏହି ନିରାଶ୍ରୟ,ମାନସିକ ବିକୃତି ଲୋକଙ୍କ ପାଇଁ ଆଗକୁ ଆସିଛି ପୁରୀ ପୋଲିସ । ପୁରୀ ପୋଲିସ ପକ୍ଷରୁ ପିସିଆର ଗାଡିରେ ଦିନ ଓ ରାତିରେ ଦୁଇ ଥର ଖାଦ୍ୟ ବଣ୍ଟା ଯାଉଛି ଏହି ଲୋକଙ୍କ ପାଇଁ । ଲକ ଡାଉନ ଆରମ୍ଭ ଦିନ ପର ଠାରୁ ଏହି ମହତ କାର୍ଯ୍ୟ ପୁରୀ ପୋଲିସ ଓ ଜିଲା ପ୍ରଶାସନ କରୁଛି।

ଅନେକ ସମୟରେ ପୋଲିସ କାର୍ଯ୍ୟକୁ ଲୋକ ମାନେ ନିନ୍ଦା କରିଥାନ୍ତି । ହେଲେ ସେହି ପୋଲିସ କିନ୍ତୁ ମାନବିକତା ଭୁଲି ନାହିଁ। ଗରିବ ନିରାଶ୍ରୟ ଲୋକ,ମାନସିକ ବିକୃତି ଲୋକ ଙ୍କୁ ଖାଦ୍ୟ ଯୋଗାଉଛି । ଆଉ ମାନବିକତା କାର୍ଯ୍ୟ ମଧ୍ୟ ଲୋକଙ୍କ ନିକଟକୁ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରୁଛି । କୋରୋନା ପାଇଁ ଦେଶ ଘଡି ସନ୍ଧି ମୁହୂର୍ତ୍ତରେ ଥିବା ସାଧାରଣ ନାଗରିକ ମାନେ ପ୍ରତ୍ୟକ କାର୍ଯ୍ୟରେ ମାନବିକତା ପ୍ରଦର୍ଶନ କରିବା ଉଚିତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details