ଓଡିଶା

odisha

By

Published : Aug 25, 2022, 3:38 PM IST

ETV Bharat / state

କୋଣାର୍କ ସମୁଦ୍ରକୂଳରୁ ମଣିଷ କଙ୍କାଳ ଉଦ୍ଧାର

ସମୁଦ୍ର କୂଳରେ ପଡିଛି ମଣିଷ କଙ୍କାଳ Human skeleton recovered from Konark Sea Beach। ଖବର ପାଇ ଘଟଣାସ୍ଥଳରେ ମେରାଇନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ପଢନ୍ତୁ

human skeleton rescued from konark beach
ସମୁଦ୍ର କୂଳରେ ମଣିଷ କଙ୍କାଳ ଉଦ୍ଧାର

ପୁରୀ:ସମୁଦ୍ର କୂଳରୁ ମଣିଷ କଙ୍କାଳ ଉଦ୍ଧାର(Human skeleton recovered from konark Beach) । ନୂଆନଈ ମୁହାଣଠାରୁ ରାମଚଣ୍ଡୀ ନଈ ମୁହାଣ ମଧ୍ୟରେ ପଡି ରହିଛି ଏହି କଙ୍କାଳ । ତେବେ କଙ୍କାଳଟି ପୁରୁଷ ଲୋକର କି ମହିଳାଙ୍କର ତାହା କୌଣସି ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁସାରେ, ସ୍ଥାନୀୟ ଲୋକ ଏହା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ ।

ତେବେ ଖବର ପାଇ ଘଟଣାସ୍ଥଳରେ ମେରାଇନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ କଙ୍କାଳ ପାଖରେ ଏକ ପ୍ୟାଣ୍ଟ ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏନେଇ ପୋଲିସ କଙ୍କାଳକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details