ପୁରୀ: ଜିଲ୍ଲା ଚନ୍ଦନପୁର ଅଞ୍ଚଳରେ ପୁଣି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 150 କେଜି ଭାଙ୍ଗ ଜବତ କରାଯାଇଛି । ଏହି ଘଟଣାକୁ ନେଇ ସଦାଶିବ ପାତ୍ର ନାମକ ଜଣେ ବ୍ୟକ୍ତିକୁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବେଆଇନ ଭାବେ ଅଭିଯୁକ୍ତ ସଦାଶିବ ପାତ୍ର ଚନ୍ଦନପୁର ଅଞ୍ଚଳରେ ଭାଙ୍ଗ ବ୍ୟବସାୟ କରୁଥିବା ଜିଲା ଅବକାରୀ ବିଭାଗର ମୋବାଇଲ ଟିମ ପାଖରେ ଖବର ପହଞ୍ଚି ଥିଲା ।
ପୁଣି ଚନ୍ଦନପୁରରୁ ବିପୁଳ ଭାଙ୍ଗ ଜବତ, ଜଣେ ଗିରଫ - ଧରାପଡିଲା ଭାଙ୍ଗ ଜଣେ ଗିରଫ
ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳରେ ପୁଣି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 150 କେଜି ଭାଙ୍ଗ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ପୁଣି ଚନ୍ଦନପୁରରୁ ବିପୁଳ ଭାଙ୍ଗ ଜବତ, ଜଣେ ଗିରଫ
ଏନେଇ ଅଭିଯୁକ୍ତ ସାଦାଶିବକୁ ଗିରଫ କରାଯାଇଥିବା ବେଳେ 5 ବସ୍ତା ଭାଙ୍ଗ ଜବତ ହୋଇଥିଲା । ତେବେ ଦିନକୁ ଦିନ ଚନ୍ଦନପୁର ଅଞ୍ଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସ୍ତାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି । ଜିଲା ଅବକାରୀ ବିଭାଗ ପକ୍ଷରୁ ଆହୁରୀ ଚଢ଼ାଉ କରାଯାଇ ନିଶା କାରବାର ପଛରେ ଥିବା ମୁଖ୍ୟ ବ୍ୟକ୍ତି ଵିଶେଷଙ୍କୁ ଗିରଫ କରିବାକୁ ଦାବି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ