ପୁରୀ:ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କର ଅସମ୍ଭାଳ ଭିଡ଼ । ବ୍ୟାରିକେଡ୍ ଠେଲି ଜୋର୍ ଜବରଦସ୍ତ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଭକ୍ତ । ବଡ଼ଦିନ ଛୁଟି ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଛି । ଫଳରେ ଶ୍ରୀମନ୍ଦିରରେ ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେଉଥିବାବେଳେ ଲାଇନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭକ୍ତମାନେ ଛିଡ଼ା ହୋଇ ରହୁଛନ୍ତି। ଦୀର୍ଘ ସମୟ ଧରି ଧାଡ଼ି ବାନ୍ଧି ଠିଆହୋଇ ଧର୍ଯ୍ୟ ହରାଇବା ପରେ ଜୋର ଜବରଦସ୍ତ ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିରକୁ ଧସେଇ ପଶିଥିଲେ ଭକ୍ତ। କିଛି ସମୟ ପର୍ଯ୍ୟନ୍ତ ଏଭଳି ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା।
ତେବେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ଵ ଦେଉଛି ଶ୍ରୀମନ୍ଦିର ପ୍ରଶାସନ। ଭକ୍ତମାନେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ବିଶୃଙ୍ଖଳିତ ନହୋଇ ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତଥାପି ଆଜି ଭିଡ ଅଧିକ ଥିବାରୁ ଭକ୍ତମାନେ ଧର୍ଯ୍ୟହରା ହୋଇ ଧସେଇ ପଶିଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ଆସୁଥିଲେ ସାବଧାନ ! ଜାନୁଆରୀ ପହିଲାରୁ ଡ୍ରେସକୋଡ ନିୟମ କଡ଼ାକଡ଼ି