ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: ଜାଣନ୍ତୁ, ଚାରି ଠାକୁରଙ୍କ ସହ ରତ୍ନ ବେଦୀରେ ଆଉ କିଏ ପାଆନ୍ତି ପୂଜା ?

ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କଥା ସମସ୍ତେ ଜ୍ଞାତ । ଏହା ସତ୍ୟ । ହେଲେ ବାସ୍ତବରେ କିନ୍ତୁ ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନ ସିଂହାସନରେ 'ସପ୍ତଧା ବିଗ୍ରହ' ବା ସାତ ଜଣ ବିଗ୍ରହ ଅବସ୍ଥାନ କରି ପୂଜିତ ହୋଉଛନ୍ତି । ରତ୍ନସିଂହାସନରେ ଶ୍ରୀବଳଭଦ୍ର, ଦେବୀସୁଭଦ୍ରା, ଶ୍ରୀଜଗନ୍ନାଥ, ଶ୍ରୀଦେବୀ, ସୁଦର୍ଶନ, ଶ୍ରୀମାଧବ, ଭୂଦେବୀ ବିରାଜମାନ କରିଛନ୍ତି ।

By

Published : Jul 1, 2019, 8:29 AM IST

ଡିଜାଇନ ଫଟୋ

ଭୁବନେଶ୍ବର: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆସ୍ଥାନ । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କଥା ସମସ୍ତେ ଜ୍ଞାତ । ଏହା ସତ୍ୟ । ହେଲେ ବାସ୍ତବରେ କିନ୍ତୁ ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନ ସିଂହାସନରେ 'ସପ୍ତଧା ବିଗ୍ରହ' ବା ସାତ ଜଣ ବିଗ୍ରହ ଅବସ୍ଥାନ କରି ପୂଜିତ ହୋଉଛନ୍ତି । ରତ୍ନସିଂହାସନରେ ଶ୍ରୀବଳଭଦ୍ର, ଦେବୀସୁଭଦ୍ରା, ଶ୍ରୀଜଗନ୍ନାଥ, ଶ୍ରୀଦେବୀ, ସୁଦର୍ଶନ, ଶ୍ରୀମାଧବ ଓ ଭୂଦେବୀ ବିରାଜମାନ କରିଛନ୍ତି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆସ୍ଥାନ ତଳେ ନବରତ୍ନ ପୋତା ଯାଇଛି । ତେଣୁ ତାଙ୍କର ଏହି ଶ୍ରେଷ୍ଠ ଆସ୍ଥାନ ରତ୍ନସଂହାସନ ରୂପେ ପରିଚିତ । ରତ୍ନବେଦୀ ବା ସିଂହାସନ ଉପରେ କାଷ୍ଠ ନିର୍ମିତ୍ତ କନକ ମୁଣ୍ଡି ରହିଛି । କନକ ମୁଣ୍ଡି ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ରହିଛି । ଏହି ବେଦୀ ବା ସିଂହାସନ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରରେ ଚକା ରହିଛି । ଗର୍ଭଗୃହରେ ପ୍ରତିଷ୍ଠିତ ରତ୍ନସିଂହାସନ ଉପରେ ଚତୁର୍ଦ୍ଧା ଦାରୁମୂର୍ତ୍ତି ଅଧିଷ୍ଠିତ ହୋଇଛନ୍ତି । ଦାରୁ ବିଗ୍ରହ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା , ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନ, ଶ୍ରୀମାଧବଙ୍କ ବ୍ୟତୀତ ଧାତବ ବିଗ୍ରହ ଶ୍ରୀଦେବୀ ଓ ଭୂଦେବୀ ବିରାଜମାନ । ଶ୍ରୀବଳଭଦ୍ର, ଦେବୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖପୂର୍ବକ ଅବସ୍ଥାନ କରିଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ସୁଦର୍ଶନ ଓ ଶ୍ରୀମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି ।


ରତ୍ନସିଂହାସନ ଉପରେ ଥିବା ସପ୍ତଧା ବିଗ୍ରହଙ୍କ ମଧ୍ୟରେ ଶ୍ରୀଦେବୀ (ଲକ୍ଷ୍ମୀ) ବି ଅଛନ୍ତି । ଶ୍ରୀଜଗନ୍ନାଥଙ୍କ ବାମ ଭାଗରେ ଦେବୀ ବିରାଜିତ । ସୁବର୍ଣ୍ଣ ନିର୍ମିତ ପ୍ରତିମା ହେଉଛନ୍ତି ବିଷ୍ଣୁ ବା ନାରାୟଣଙ୍କ ପତ୍ନୀ ଶ୍ରୀଦେବୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details