ପୁରୀ: ପୁରୀ ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସରେ ଆଜି ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପ୍ୟାଥିକ ଔଷଧ ବଣ୍ଟନ କରାଯାଇଛି । କୋଭିଡ ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସେବାୟତଙ୍କୁ ଏହି ଔଷଧ ବଣ୍ଟନ କରାଯାଇଛି। ପୁରୀରେ ଥିବା ହୋମିଓପ୍ୟାଥିକ ଗବେଷକ କେନ୍ଦ୍ର ପକ୍ଷରୁ ଏହି ଔଷଧ ପ୍ରଦାନ କରାଯାଇଛି ।
ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ଏହି ବ୍ୟବସ୍ଥା ହୋଇଛି। ପୂର୍ବରୁ 3 ଥର ସେବାୟତ ପରିବାରଙ୍କୁ ହୋମିଓପ୍ୟାଥିକ ଔଷଧ ଦିଆଯାଇଥିଲା । ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ସମସ୍ତ ସେବାୟତ ପରିବାରଙ୍କୁ ଔଷଧ ପ୍ରଦାନ କରାଯାଇଛି । ଆରସେନିକ ଆଲବମ ନାମକ ଏହି ହୋମିଓପ୍ୟାଥିକ ଔଷଧ ସେବନ କଲେ କୋଭିଡ ସଂକ୍ରମଣର ସମ୍ଭାବନା କମ ରହିବା ସହ କୋଭିଡ ହେଲେ ମଧ୍ୟ କେହି ଗୁରୁତର ହେବେ ନାହିଁ।