ପୁରୀ: 15 ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ ତଥା ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବଡଦାଣ୍ଡ । ବାଇଶି ପାହାଚରେ ଆରମ୍ଭ ହୋଇଛି ପିଣ୍ଡ ଦାନ । ରାଜ୍ୟ ତଥା ରାଜ୍ୟ ବାହାରୁ ଲାଗିଛି ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ।
ପବିତ୍ର ମହାଳୟା ଅମାବାସ୍ୟା: ବଡଦାଣ୍ଡରେ ଚାଲିଛି ପିତୃପୁରୁଷଙ୍କ ପିଣ୍ଡଦାନ - ମହାଳୟା ଅମାବାସ୍ୟା
ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ପିତୃ ତର୍ପଣ, ଦେବ ତର୍ପଣ ଓ ଋଷି ତର୍ପଣ ଆଦି କରୁଛନ୍ତି । ଲୋକେ ବାଇଶି ପାହାଚରେ ନିଜ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ପିତୃ ତର୍ପଣ, ଦେବ ତର୍ପଣ ଓ ଋଷି ତର୍ପଣ ଆଦି କରୁଛନ୍ତି । ଲୋକେ ବାଇଶି ପାହାଚରେ ନିଜ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି । ଏପଟେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ତୀର୍ଥ ପୁଷ୍କରିଣୀର ପବିତ୍ର ଜଳରେ ଅଟା, ମହୁ, କଦଳୀ, ଗୁଡ ଏବଂ ନାନାଦି ଫଳମୂଳ ସହ ପିଣ୍ଡଦାନ ଓ ତିଳ ତର୍ପଣ କରୁଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ