ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ନେଇ ହେବ ସ୍ଵତନ୍ତ୍ର ବ୍ୟବସ୍ଥା, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କୁ ମିଳିବ ସୁବିଧା । ଏନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଖୁବଶୀଘ୍ର ଉତ୍ତର ଦ୍ଵାର ଦେଇ ରାମ୍ପ୍‌ (Ramp) ବ୍ୟବସ୍ଥା ହେବ ବୋଲି ସୂଚନା ଦେଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By

Published : Dec 24, 2022, 8:05 AM IST

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ନେଇ ହେବ ସ୍ଵତନ୍ତ୍ର ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କୁ ମିଳିବ ସୁବିଧା । ଏନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଣେ ଦିବ୍ୟାଙ୍ଗ ଭକ୍ତଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚନ୍ୟାୟାଳୟଙ୍କର ଏହି ନିର୍ଦ୍ଦେଶ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ପ୍ରବେଶ ପାଇଁ ରାମ୍ପ୍‌ (Ramp) ବ୍ୟବସ୍ଥା ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଏଣିକି ଜଗା ଦର୍ଶନରୁ ବଞ୍ଚିତ ହେବେନାହିଁ କୌଣସି ଦିବ୍ୟାଙ୍ଗ ଭକ୍ତ । ଜଣେ ଦିବ୍ୟାଙ୍ଗ ଭକ୍ତଙ୍କ ଆବେଦନର ଶୁଣାଣି କରି ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି, "ଉତ୍ତର ଦ୍ଵାର ଦେଇ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ପ୍ରବେଶ ପାଇଁ ରାମ୍ପ୍‌ (Ramp) ବ୍ୟବସ୍ଥା ହେବ । ପୂର୍ବରୁ ଶ୍ରୀମନ୍ଦିରରେ ଏହି Ramp ବ୍ୟବସ୍ଥା ଥିଲା । କେତେକ ସମସ୍ୟାକୁ ନେଇ ଏହି ସେବା ବନ୍ଦ ରହିଛି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏନେଇ ଆଲୋଚୋନା ପରେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ।"

ସେପଟେ ଏନେଇ ପ୍ରତିକ୍ରିୟା ରଖଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ । ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ବିଶେଷ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଉଚିତ୍ ବୋଲି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ ମତ ରଖିଛନ୍ତି । ଏନେଇ ପ୍ରଶାସନ ପଦକ୍ଷେପ ନେଲେ ସେବାୟତ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ପୁରୀ

For All Latest Updates

ABOUT THE AUTHOR

...view details