ଓଡିଶା

odisha

ETV Bharat / state

ଜଗା ଦର୍ଶନ ବେଳେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଭିତରେ ଭକ୍ତ ବେହୋସ୍

Puri Jagannath Temple: ଶ୍ରୀମନ୍ଦିରରେ ଦର୍ଶନ ବେଳେ ଅଭାବନୀୟ ଘଟଣା । ଦର୍ଶନ ପାଇଁ ଆସିଥିବା ନାବାଳିକା ଭକ୍ତ ବ୍ୟାରିକେଡ଼ ଭିତରେ ହୋଇପଡ଼ିଲେ ବେହୋସ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 20, 2023, 1:50 PM IST

Etv Bharaଜଗା ଦର୍ଶନ ବେଳେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଭିତରେ ଭକ୍ତ ବେହୋସt
Etv Bhaଜଗା ଦର୍ଶନ ବେଳେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଭିତରେ ଭକ୍ତ ବେହୋସrat

ଜଗା ଦର୍ଶନ ବେଳେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଭିତରେ ଭକ୍ତ ବେହୋସ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବେଳେ ଅଭାବନୀୟ ଘଟଣା । ଦର୍ଶନ ପାଇଁ ଆସିଥିବା ଜଣେ ନାବାଳିକା ଭକ୍ତ ଅଣନିଃଶ୍ବାସୀ ହୋଇ ବ୍ୟାରିକେଡ୍‌ ଭିତରେ ବେହୋସ ହୋଇପଡ଼ିଲେ। ଅସୁସ୍ଥ ଭକ୍ତଙ୍କୁ ଜଗନ୍ନାଥ ମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନାବାଳିକା ଭକ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ବ୍ୟାରିକେଡ୍ ଭିତରେ ଘଣ୍ଟାଘଣ୍ଟା ଧରି ଠିଆ ହୋଇ ରହୁଥିବା ଭକ୍ତମାନଙ୍କ ପାଇଁ ପ୍ରଶାସନ ପାନୀୟ ଜଳର ବ୍ୟବସ୍ଥା କରିନଥିବା ସଙ୍ଗୀନ ଅଭିଯୋଗ ହୋଇଛି ।

ଆଜି(ସୋମବାର) ପୁରୀ ଶ୍ରୀମନ୍ଦିରରେ ଦର୍ଶନ ବେଳେ ଅଭାବନୀୟ ଘଟଣା ଘଟିଛି । ଦର୍ଶନ ପାଇଁ ଆସିଥିବା ଜଣେ ନାବାଳିକା ଭକ୍ତ, ଧାଡ଼ିରେ ଅପେକ୍ଷା କରିଥିବା ବେଳେ ହଠାତ୍ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ । ନାବାଳିକା ଭକ୍ତ ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ବେଳେ, ବ୍ୟାରିକେଡ଼ ଭିତରେ ବେହୋସ ହୋଇ ପଡ଼ିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୀର୍ଘ ସମୟ ଧରି ବ୍ୟାରିକେଡ଼ ଭିତରେ ଠିଆ ହୋଇଥିବାରୁ ସେ ବେହୋସ୍ ହୋଇପଡ଼ିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ଭିଡ଼ ଏଡ଼ାଇବାକୁ ପଶ୍ଚିମ ଦ୍ୱାର ସୁବିଧା ଉପଲବ୍ଧ, ଏବେ ଖୋଲିବନି ଶ୍ରୀମନ୍ଦିରର ସବୁ ଦ୍ୱାର: ଆଇନ ମନ୍ତ୍ରୀ

ଏହା ମଧ୍ଯ ପଢ଼ନ୍ତୁ: କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ପୁରୀରେ ୩୦୦୦ରୁ ଊର୍ଦ୍ଧ୍ବ ମା'ଙ୍କ ରହଣି ବ୍ୟବସ୍ଥା

ନାବାଳିକା ଜଣକ ଗଞ୍ଜାମ ଜିଲ୍ଲା ଓଡନଇ ଗାଁର । ପ୍ରବଳ ଭିଡ଼ିରେ ସେ ଅଣନିଶ୍ବାସୀ ହୋଇପଡ଼ିବା ପରେ, ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ନାବାଳିକା ଭକ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଏବେ ମହାଧାର୍ମିକ କାର୍ତ୍ତିକ ମାସ ଚାଲିଥିବାରୁ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ହେଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଛନ୍ତି ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହେଲେ ବ୍ୟାରିକେଡ୍ ଭିତରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଥିବା ଭକ୍ତମାନଙ୍କ ପାଇଁ ପ୍ରଶାସନ ପାନୀୟ ଜଳର ବ୍ୟବସ୍ଥା କରିନଥିବା ସଙ୍ଗୀନ ଅଭିଯୋଗ ହୋଇଛି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗତ କିଛଦିନ ତଳେ ଶ୍ରୀମନ୍ଦିରରେ ଦର୍ଶନ ବେଳେ ଠେଲାପେଲା ହୋଇ 10ରୁ ଅଧିକ ଭକ୍ତ ଆହତ ହେଇଥିଲେ । କାର୍ତ୍ତିକ ମାସରେ ଭକ୍ତଙ୍କ ଅତ୍ୟଧିକ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଥିବା କୁହାଯାଉଛି । ହେଲେ ଗ୍ରାଉଣ୍ଡ୍‌ରେ ଏହାର ଓଲଟା ଚିତ୍ର ଦେଖିବକୁ ମିଳୁଛି । ସବୁବେଳେ ଗହଳିରେ ଭକ୍ତମାନେ ବିଭନ୍ନ କାରଣରୁ ଆହତ ହେଉଛନ୍ତି । ମହାପ୍ରଭୁଙ୍କ ଧୂପ ନୀତି ବେଳେ ମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ । ଫଳରେ ହଜାରହଜାର ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ମନ୍ଦିର ବାହାରେ ଲାଇନରେ ଛିଡ଼ା ହେବାକୁ ପଡୁଛି । ଦୀର୍ଘ ଘଣ୍ଟା ଧରି ଭିଡ଼ ଭିତରେ ଛିଡ଼ା ହେବାକୁ ପଡୁଥିବାରୁ ଭକ୍ତମାନେ ବେହୋସ୍ ହୋଇ ପଡୁଛନ୍ତି । ପୁର୍ବରୁ ଏଭଳି କଟକଣା ନଥିଲା ବୋଲି ଭକ୍ତମାନେ କହିଛନ୍ତି । ଏଣୁ ଭକ୍ତମାନେ ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଥିଲେ । ଧୂପ ସମୟରେ ଶ୍ରୀମନ୍ଦିର ଭିତରକୁ ପ୍ରଵେଶ ନିଷିଦ୍ଧକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଧୂପ ସମୟରେ ଭକ୍ତଙ୍କୁ ପ୍ରଵେଶ ଅନୁମତି ଦେଲେ ଶ୍ରୀମନ୍ଦିର ବେଢ଼ାରେ ଥିବା ପାର୍ଶ୍ଵ ଦେବଦେବୀ ମନ୍ଦିରଗୁଡ଼ିକ ବୁଲି ପାରନ୍ତେ ଭକ୍ତ । ଫଳରେ ଭକ୍ତଙ୍କ ଭିଡ଼ ହେବ ନାହିଁ ବୋଲି କୁହାଯାଉଛି । ଏହି ଦାବି କାହିଁକି ପ୍ରଶାସନ ଶୁଣୁ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details