ଓଡିଶା

odisha

ଲଗାଣ ବର୍ଷାରେ ଜଳବନ୍ଦୀ ମଙ୍ଗଳା ବସ୍ତି

By

Published : Oct 25, 2019, 11:40 AM IST

ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇପଡିଛି ପୁରୀ ସହର। ଏଠାକାର ବଳିଆପଣ୍ଡାର ମଙ୍ଗଳା ବସ୍ତି ଅବସ୍ଥା ସାଙ୍ଘାତିକ ହୋଇପଡିଥିବା ବେଳେ ଘର ଭିତରେ 3 ରୁ 4 ଫୁଟର ପାଣି ଜମି ରହିଛି । ଏନେଇ ପ୍ରଶାସନର ନୀରବତାକୁ ସମାଲୋଚନା କରିଛନ୍ତି ବସ୍ତିବାସିନ୍ଦା।

ଫଟୋ ସୌଜନ୍ୟ :ସମ୍ବାଦଦାତା, ପୁରୀ

ପୁରୀ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳବନ୍ଦୀ ହୋଇଉଠିଛି ପୁରୀ ସହର । ବିଶେଷ କରି ସହରର ତଳିଆ ଓ ବସ୍ତି ଅଞ୍ଚଳରେ ବର୍ଷା ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ।

ସହରସ୍ଥିତ ବଳିଆପଣ୍ଡାର ମଙ୍ଗଳା ବସ୍ତି ଅବସ୍ଥା ସାଙ୍ଘାତିକ ହୋଇପଡିଥିବାବେଳେ ଘର ଭିତରେ 3 ରୁ 4 ଫୁଟ ପାଣିର ଜମି ରହିଛି । ଫଳରେ ଲୋକେ ଏବେ ନିଜ ଘର ଛାଡି ବାହାରେ ଆଶ୍ରୟ ନେଇଛନ୍ତି । ଘରେ ଭିତରେ ପାଣି ପଶିଥିବାରୁ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ଏମିତି ସ୍ଥିତିରେ ଲୋକେ ଭୋକ ଉପବାସରେ ଥିବାର ଅଭିଯୋଗ କରିଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ନା ରନ୍ଧା ଖାଦ୍ୟ ନା ଅନ୍ୟ କୌଣସି ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ପୁରୀ

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର 2 କିମି ଭିତରେ ଅବସ୍ଥିତ ବଳିଆପଣ୍ଡାର ମଙ୍ଗଳା ବସ୍ତି । ହେଲେ ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ମଙ୍ଗଳାବସ୍ତିର ସ୍ଥିତି ଦେଖି ପ୍ରଶାସନର ପୂର୍ବ ପ୍ରସ୍ତୁତ ସ୍ପଷ୍ଟ କରୁଛି । ବସ୍ତିବାସିନ୍ଦାଙ୍କ ଏଭଳି ଦୟନୀୟ ସ୍ଥିତିରେ ପ୍ରଶାସନ ନିଦାବିଷ୍ଣୁ ସାଜିବା ଘଟଣାକୁ ବସ୍ତିବାସିନ୍ଦା ସମାଲୋଚନା କରିଛନ୍ତି।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details