ଓଡିଶା

odisha

ETV Bharat / state

ନବବର୍ଷ ଦ୍ବିତୀୟ ଦିନରେ ବି ପ୍ରବଳ ଭିଡ଼, ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ

Lord Jagannath Darshan: ନବବର୍ଷ ଦ୍ବିତୀୟ ଦିନରେ ବି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ । ଅଧିକ ପଢନ୍ତୁ

Lord Jagannath Darshan
Lord Jagannath Darshan

By ETV Bharat Odisha Team

Published : Jan 2, 2024, 5:12 PM IST

ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ

ପୁରୀ:ନୂଆବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା ଉଦ୍ଦୀପନା ଭରି ରହିଥାଏ । ନବବର୍ଷ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି ସମସ୍ତଙ୍କର ଆଶା ରହିଥାଏ । ଏଣୁ ବର୍ଷ ଆରମ୍ଭରୁ ବିଶ୍ଵନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ ଲୋକଙ୍କ ମନରେ ଆଗ୍ରହ ରହିଥାଏ । ତେବେ ଆଜି (ମଙ୍ଗଳବାର) ନବବର୍ଷର ଦ୍ବିତୀୟ ଦିନରେ ମଧ୍ୟ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ଦେଶର ବିଭିନ୍ନ ସ୍ଥାନରୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଛୁଟି ଆସିଛନ୍ତି ଭକ୍ତ ।

ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରି ଭକ୍ତମାନେ ନିଜକୁ ଧନ୍ୟ ମଣିଛନ୍ତି । ନିଜ ପରିବାରର ମଙ୍ଗଳ କାମନା ସହ ସାରା ବିଶ୍ବବାସୀଙ୍କ ମଙ୍ଗଳ କାମନା କରିଛନ୍ତି ଭକ୍ତ । ତେବେ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇଥିବାରୁ ଭଲରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତମାନେ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ଶ୍ରୀମନ୍ଦିର ବାହାରେ ଲୋକଙ୍କୁ ଲାଇନରେ ଛଡା ଯାଉଥିବା ବେଳେ ଶ୍ରୀମନ୍ଦିର ଭିତରେ ମଧ୍ୟ ଭକ୍ତମାନଙ୍କୁ ଲାଇନରେ ଛଡାଯିବାର ଆବଶ୍ୟକତା ରହିଥିବା ଭକ୍ତ କହିଛନ୍ତି । ଶ୍ରୀମନ୍ଦିର ଭିତରେ ଏହି ବ୍ୟବସ୍ଥା ନ ଥିବାରୁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ- କାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତ୍ର ୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

ବରିଷ୍ଠ ନାଗରିକ, ଛୋଟ ପିଲା, ମହିଳାମାନେ ବେଶ ଅସୁବିଧା ଭୋଗୁଛନ୍ତି । ଏଣୁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଭକ୍ତ ମହଲରେ ଦାବି ହୋଇଛି । ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ କିଭଳି ନୀତିକାନ୍ତି ଶୃଙ୍ଖଳିତ ହୋଇପାରିବ ସେଦିଗରେ ଶ୍ରୀମନ୍ଦିର ପ୍ରଶାସନ ବେଶ ଗୁରୁତ୍ବ ଦେଇଛି । ମଙ୍ଗଳବାର ଭୋର ୩ଟା ୩୫ରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ ସହ ଅନ୍ୟାନ୍ୟ ନୀତିକାନ୍ତି ବଢ଼ି ପହିଲି ଭୋଗ ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଭକ୍ତ । ଶ୍ରଦ୍ଧାଳୁଙ୍କ ପାଇଁ ଟଏଲେଟ୍ ବ୍ୟବସ୍ଥା, ପରିକ୍ରମା କରିବା ପାଇଁ ଚଲାପଥ ଏବଂ ଶ୍ରୀମନ୍ଦିର ଚାରିପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଭକ୍ତମାନେ ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ- ନୂଆ ବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ, ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ତେବେ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଭକ୍ତମାନେ ସ୍ବାଗତ କରିଛନ୍ତି । ଏଭଳି ବିକାଶ କାର୍ଯ୍ୟ ଜାରି ରହିବା ଉଚିତ ବୋଲି ମତ ରଖିଛନ୍ତି ଭକ୍ତ । ନବବର୍ଷ ଦର୍ଶନ ସୁରୁଖୁରୁରେ ଚାଲିଥିବାରୁ ସମସ୍ତଙ୍କର ସହଯୋଗ ପାଇଁ ସେବାୟତ, ଭକ୍ତ, ପୁରୀ ସହରବାସୀ ଏବଂ ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପୁରୀ ଏସପି । ଚଳିତ ନବବର୍ଷ ଭକ୍ତଙ୍କ ପାଇଁ ଏକ ନୂଆ ଅନୁଭୂତି ଆଣିଦେଇଛି ନବନିର୍ମିତ ଏସି ସେଡ୍ ପାଥ୍ ୱେ । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଏସି ସେଡ୍ ପାଥ୍ ୱେରେ ବସିବା ପାଇଁ ବ୍ୟବସ୍ଥା ଏବଂ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଶାସନ ଯୋଗାଇ ଦେଇଥିବାରୁ ଭକ୍ତମାନେ ସରକାରଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details