ଓଡିଶା

odisha

ETV Bharat / state

ସାବିତ୍ରୀ ପୂର୍ବରୁ ରାୟଗଡା ବଜାର ହେଲା ଜନସମୁଦ୍ର, ଲୋକେ ଭୁଲିଗଲେ କୋଭିଡ କଟକଣା - croud in market

ରାତି ପାହିଲେ ସାବିତ୍ରୀ ବ୍ରତ । ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । କୋଭିଡ ନିୟମକୁ ମାନୁନାହାନ୍ତି ଲୋକ । ଅଧିକ ପଢନ୍ତୁ...

ସାବିତ୍ରୀ ପୂର୍ବରୁ ରାୟଗଡା ବଜାର ହେଲା ଜନସମୁଦ୍ର, ଭୁଲିଗଲେ କୋଭିଡ କଟକଣା
ସାବିତ୍ରୀ ପୂର୍ବରୁ ରାୟଗଡା ବଜାର ହେଲା ଜନସମୁଦ୍ର, ଭୁଲିଗଲେ କୋଭିଡ କଟକଣା

By

Published : Jun 9, 2021, 4:31 PM IST

Updated : Jun 9, 2021, 5:20 PM IST

ରାୟଗଡା: ରାତି ପାହିଲେ ସାବିତ୍ରୀ ବ୍ରତ । ଏହାର ଠିକ୍ ୨୪ ଘଣ୍ଟା ପୂର୍ବରୁ ରାୟଗଡା ସହରର ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି। ଦିନ ୧୧ ଟା ପର୍ଯ୍ୟନ୍ତ ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ହୋଇଯାଉଥିବାରୁ ବଜାରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । କୋଭିଡ୍ କଟକଣାକୁ ନ ମାନି ଏତେ ସଂଖ୍ୟକ ଲୋକ ବଜାରରେ ଭିଡ ଜମାଉଥିବାବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ନାକେଦମ ହେବାକୁ ପଡୁଥିବା ଦେଖିବାକୁ ମିଳିଛି । ଲୋକଙ୍କ ମୁହଁରେ ମାକ୍ସ ନଥିବାବେଳେ ଦୋକାନୀ ମାନୁ ନାହାଁନ୍ତି ସରକାରଙ୍କ ପଞ୍ଚସୂତ୍ରୀ କୋଭିଡ ନିୟମ । ଖୁଲମଖୁଲା ଉଲ୍ଲଙ୍ଘନ ହେଉଛି କୋଭିଡ୍ ଗାଇଡଲାଇନ୍ ।

ସାବିତ୍ରୀ ପୂର୍ବରୁ ରାୟଗଡା ବଜାର ହେଲା ଜନସମୁଦ୍ର, ଲୋକେ ଭୁଲିଗଲେ କୋଭିଡ କଟକଣା

ରାୟଗଡା ବଜାର ମୁଖ୍ୟ ବାଣିଜ୍ୟ କେନ୍ଦ୍ର ହୋଇଥିବାବେଳେ କାଶୀପୁର ଠାରୁ ଆରମ୍ଭ କରି କଲ୍ୟାଣସିଂହପୁର ପର୍ଯ୍ୟନ୍ତ ଲୋକେ ଏଠାକୁ ପୂଜା ପାର୍ବଣରେ କିଣାବିକା କରିବାକୁ ଆସିଥାନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଶାସନର ଅପାରଗତା ଯୋଗୁଁ ଏଠାରେ ଖୁଲମଖୁଲା ଭାବେ ଲୋକେ କୋଭିଡ୍ ନିୟମକୁ ଧଜିଆ ଉଡାଇ ଚାଲିଛନ୍ତି। ପିଲା ଠାରୁ ବୁଢା ସମସ୍ତେ ବିନା ମାସ୍କରେ ଏବଂ ଅଯଥାରେ ବୁଲୁଥିବା ଦେଖିବାକୁ ମିଳିଛି । ପ୍ରତି ଦୋକାନରେ ଲୋକେ ରୁଣ୍ଡ ହେଉଥିବାବେଳେ ଦୋକାନୀମାନେ ସାନିଟାଇଜର ମଧ୍ୟ ବ୍ୟବହାର କରୁ ନାହାଁନ୍ତି ।

ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି, କିନ୍ତୁ ସେମାନଙ୍କ କଥା ଶୁଣିବାକୁ କେହି ପ୍ରସ୍ତୁତ ନୁହଁନ୍ତି। ରାୟଗଡା ତହସିଲଦାର ପୂର୍ବରୁ ରାୟଗଡା ବଜାରରେ ଘନ ଘନ ଚଢାଉ କରି କୋଭିଡ୍ ନିୟମକୁ ନେଇ ସତର୍କତା କରାଉଥିଲେ। କିନ୍ତୁ ଏବେ ଆଉ ନା ତହସିଲଦାର ନା କୌଣସି ପ୍ରଶାସନିକ ଅଧିକାରୀ, କାହାରି ଦେଖା ମିଳୁନି । ରାଜ୍ୟରେ କରୋନା ଏବେ ତାଣ୍ଡବଲୀଳା ରଚୁଥିବାବେଳେ ରାୟଗଡା ବଜାରରେ କରୋନା ବଣ୍ଟାଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିପ୍ରତି ପ୍ରଶାସନ ନଜର ନଦେଲେ ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jun 9, 2021, 5:20 PM IST

ABOUT THE AUTHOR

...view details