ଓଡିଶା

odisha

ETV Bharat / state

ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: 10 ହାଡର୍କୋର ଅପରାଧୀ ଗିରଫ, ଲୁହା ରଡ ସହ ଅଫୁଟା ବୋମା ଜବତ

ପୁରୀ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିବ । ତେବେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଓ ପୁରୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କିଛି ହାର୍ଡକୋର ଅପରାଧୀଙ୍କୁ ବାନ୍ଧିଛି ପୁରୀ ପୋଲିସ । ଅଧିକ ପଢନ୍ତୁ

By

Published : May 29, 2022, 8:01 PM IST

Puri Police Action Before Ratha Yatra: ଶାନ୍ତି ଶୃଙ୍ଖଳା ପାଇଁ ୧୦ ହାର୍ଡକୋର ଅପରାଧି ଗିରଫ
Puri Police Action Before Ratha Yatra: ଶାନ୍ତି ଶୃଙ୍ଖଳା ପାଇଁ ୧୦ ହାର୍ଡକୋର ଅପରାଧି ଗିରଫ

ପୁରୀ: ଆଉ ଅଳ୍ପ ଦିନ ରହିଲା ରଥଯାତ୍ରା । ପୁରୀକୁ ଲକ୍ଷାଧିକ ଭକ୍ତ, ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ତେବେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଓ ପୁରୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କିଛି ହାର୍ଡକୋର ଅପରାଧୀଙ୍କୁ ବାନ୍ଧିଛି ପୁରୀ ପୋଲିସ । ବିଭିନ୍ନ ସଙ୍ଗୀନ ମାମଲାରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ଗିରଫ କରିଛି ପୁରୀ ପୋଲିସ । ବାସେଳୀ ସାହି ଥାନା, କୁମ୍ଭାରପଡ଼ା ଥାନା, ବଳିଆପଣ୍ଡା ଥାନା ଓ ସମୁଦ୍ରକୂଳ ଥାନା ଅଞ୍ଚଳରେ ଚଢାଉ କରାଯାଇ ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଦୁଇଟି ଅଫୁଟା ବୋମା, ଗୋଟିଏ ଖଣ୍ଡା, ଲୁହା ରଡ଼, ମୋବାଇଲ, ୫ଟି ବିୟର ବୋତଲ ଓ କାଠ ଫାଳିଆ ଏବଂ ଦୁଇଟି ବାଇକ୍ ଜବତ କରାଯାଇଛି ।

Puri Police Action Before Ratha Yatra: ଶାନ୍ତି ଶୃଙ୍ଖଳା ପାଇଁ ୧୦ ହାର୍ଡକୋର ଅପରାଧି ଗିରଫ

ଗିରଫ ଅପରାଧୀଙ୍କ ମଧ୍ୟରୁ କେତେଜଣ ହତ୍ୟା ମାମଲାରେ ସମ୍ପୃକ୍ତ ଅଛନ୍ତି । ଗିରଫ ଅଭିଯୁକ୍ତ ସଦର ଥାନା କଣ୍ଠପୁରର ସନାତନ ପ୍ରଧାନ, ଅଶୋକ ପ୍ରଧାନ, ରେବତୀରମଣର କାହୁଁ ଭୋଇ । ସେହିପରି ୬ଟି ଭନ୍ନ ମାମଲାରେ ସମ୍ପୃକ୍ତ ଥିବା ବାସେଳୀସାହି ଜଗନ୍ନାଥ ବସ୍ତିର ରାଜା ସ୍ବାଇଁ, ପାର୍ବତୀପୁରର ଲକ୍ଷ୍ମୀଧର ଖଟେଇ ଗରଫ ହୋଇଛି । ଅନ୍ୟ ୫ଟି ମାମଲାରେ ସମ୍ପୃକ୍ତ ଥିବା ଲୋକନାଥ ରୋଡର ବୁଲା ଦାସ ଏବଂ ଭିନ୍ନ ୧୧ଟି ମାମଲାରେ ସାମିଲ ଥିବା ହାତୀଶାଳର ସନ୍ତୁ ଓରଫ ସନ୍ତୋଷ ଦାସ, ଲୋକନାଥ ରୋଡର ଅବିନାଶ ନାୟକ, ନରେନ୍ଦ୍ରକୋଣ ହରିଜନ ବସ୍ତିର ରୂପକ ନାୟକ ଓ ସମୁଦ୍ରକୂଳ ସିଟି ରୋଡର ଜି ରବି ରାଓ ଗିରଫ ହୋଇଛି ।

ପୁରୀ ସହରକୁ କ୍ରାଇମ୍ ଫ୍ରି ସିଟି କରିବା ପାଇଁ ଏସପି କେ.ବିଶାଲ ସିଂଙ୍କ ନେତୃତ୍ବରେ Anti Crime Drive Operation ଚାଲିଛି । ଏଥିସହ ଆଉ ୧୯ ଜଣଙ୍କୁ ସିଆରପିସିର ୧୧୦ ଧାରାରେ ନୋଟିସ ଜାରି କରାଯାଉଛି । ପୂର୍ବରୁ ୬୦ ଜଣଙ୍କ ବିରୁଦ୍ଧରେ ସିଆରପିସିର ୧୧୦ ଧାରାରେ ନୋଟିସ ଜାରି କରିବା ସହ ୨ ଜଣଙ୍କୁ NSAରେ ବୁକ୍ କରାଯାଇଛି । ଗତକାଲି(ଶନିବାର) ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଏକ ୭ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗକୁ ଧରିଥିଲା ପୁରୀ ପୋଲିସ । ସେମାନଙ୍କ ଠାରୁ ୪ଟି ବନ୍ଧୁକ, ୪ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଓ ୨୫୦୦ ଟଙ୍କା ଜବତ ହୋଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details