ଓଡିଶା

odisha

ଜଗା ଦୁଆରେ ଜୀବନ ଗଲା, ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରାଣ ହରାଇଲେ ହବିଷ୍ୟାଳି

By ETV Bharat Odisha Team

Published : Nov 24, 2023, 4:59 PM IST

ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଇଥିବା ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଅସୁସ୍ଥ ହେଲେ ହବିଷ୍ୟାଳି, ଚିକିତ୍ସିଧୀନ ଅବସ୍ଥାରେ ମୃତ୍ୟୁ
ଶ୍ରୀମନ୍ଦିରରେ ଅସୁସ୍ଥ ହେଲେ ହବିଷ୍ୟାଳି, ଚିକିତ୍ସିଧୀନ ଅବସ୍ଥାରେ ମୃତ୍ୟୁ

ପୁରୀ: ଜଗା ଦର୍ଶନ ପରେ ଚାଲିଗଲା ପ୍ରାଣବାୟୁ । ମହାପ୍ରଭଙ୍କୁ ଦର୍ଶନ ପାଇଁ ଆସିଥିବା ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ହୋଇଛି । ମୃତ ହବିଷ୍ୟାଳି ହେଲେ ନୟାଗଡ଼ ଜିଲ୍ଲାର 73 ବର୍ଷିଆ ଫକିର ଧଳୁଆ । ତେବେ ସେ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀମନ୍ଦିର ଭିତରେ ଥିବା ଉପବନରେ ବସି ଥିଲେ । ସେଠାରେ ହଠାତ୍‌ ତାଙ୍କର ଦେହ ଅସୁସ୍ଥ ହୋଇପଡ଼ିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ସୂଚନା ଯୋଗ୍ୟ ଆଜି(ଶୁକ୍ରବାର) ପୁରୀଶ୍ରୀମନ୍ଦିରରେ ଜଣେ ହବିଷ୍ୟାଳି ଅସୁସ୍ଥ ହେବା କାରଣରୁ ମୃତ୍ୟୁ ହୋଇଛି । ମୃତ ହବିଷ୍ୟାଳି ଫକୀର ଧଳୁଆ ସରକାରଙ୍କ ହବିଷ୍ୟାଳି ଶିବିରରେ ରହୁଥିଲେ । ପ୍ରତିଦିନ ଭଳି ଆଜି ମଧ୍ୟ ସେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ମନ୍ଦିରକୁ ଆସିଥିଲେ । ସେ ଦର୍ଶନ ସାରି ମନ୍ଦିର ଭିତରେ ଥିବା ଉପବନରେ ବସିଥିଲେ । ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା ।ଏହା ପରେ ପ୍ରଶାସନ ତରଫରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଥିଲେ । ଏହା ପରେ ମୃତଦେହକୁ ମେଡ଼ିକାଲରେ ମୃତଦେହ ସଂରକ୍ଷିତ ଗୃହରେ ରଖାଯାଇଛି । ତାଙ୍କ ପରିବାର ଲୋକମାନେ ଆସିଲେ ମୃତଦେହକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ତେବେ ପୁରୀରେ ମୋଟ 5ଟି ସରକାରି ହବିଷ୍ୟାଳି ଶିବିରରେ 3 ହଜାର ହବିଷ୍ୟାଳିଙ୍କୁ ରଖାଯାଇଛି । ମାଗଣା ରହିବା ଠାରୁ ଆରମ୍ଭ କରି ମାଗଣାରେ ଭୋଜନ, ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ତେବେ ଗତ କିଛି ଦିନ ହେବ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଯୋଗୁଁ ଅନେକ ଭକ୍ତ ବେହୋସ୍ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ନଜିର ରହିଛି । ତେବେ ଏହି ଚର୍ଚ୍ଚା ସମୟରେ ଜଣେ ହବିଷ୍ୟାଳି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସି ଅସୁସ୍ଥ ହେବା ପରେ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଖବର ପୁଣି ଚର୍ଚ୍ଚାର ବିଷୟ ହୋଇଛି ।
ଏହା ମଧ୍ୟ ପଢନ୍ତୁ.....ଶ୍ରୀମନ୍ଦିରରେ ସୁଧୁରୁନି ଦର୍ଶନ ବ୍ୟବସ୍ଥା: ମିଳିଲାନି ଜଗା ଦର୍ଶନ, ନିରାଶ ହେଲେ ଭକ୍ତ

ଏହା ପୁର୍ବରୁ ଗତ ୨୦ ତାରିଖ ଦିନ ପୁରୀ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଜଣେ ନାବାଳିକା ଭକ୍ତ ଧାଡ଼ିରେ ଅପେକ୍ଷା କରିଥିବା ବେଳେ ହଠାତ୍ ଅଣନିଃଶ୍ୱାସୀ ହୋଇପଡ଼ିଥିବା ଖବର ସାମନ୍ନାକୁ ଆସିଥିଲା । ନାବାଳିକା ଜଣକ ବ୍ୟାରିକେଡ଼ ଭିତରେ ଅସୁସ୍ଥ ହୋଇପଡିଥିଲେ । ଦୀର୍ଘ ସମୟ ଧରି ବ୍ୟାରିକେଡ଼ ଭିତରେ ଠିଆ ହୋଇଥିବାରୁ ସେ ବେହୋସ୍ ହୋଇପଡ଼ିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details