ଓଡିଶା

odisha

By

Published : Nov 7, 2022, 10:59 AM IST

Updated : Nov 7, 2022, 11:52 AM IST

ETV Bharat / state

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ହବିଷ୍ୟାଳିଙ୍କୁ ପୋଲିସର ମାଡ ଅଭିଯୋଗ

ପୁଣି ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ଆକ୍ରମଣ ଅଭିଯୋଗ । କାର୍ତ୍ତିକ ବ୍ରତ ପାଇଁ ଆସିଥିବା ମହିଳାଙ୍କୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ହବିଷ୍ୟାଳିଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ହବିଷ୍ୟାଳିଙ୍କୁ ପୋଲିସର ମାଡ ଅଭିଯୋଗ
ହବିଷ୍ୟାଳିଙ୍କୁ ପୋଲିସର ମାଡ ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ମନ୍ଦିର ଭିତର ହବିଷ୍ୟାଳିଙ୍କୁ ପୋଲିସର ମାଡ ଅଭିଯୋଗ (Habisiyali Allegedly Injured By Police)। କାର୍ତ୍ତିକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ମହିଳା ଶ୍ରଦ୍ଧାଳୁଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ହବିଷ୍ୟାଳିଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ହବିଷ୍ୟାଳିଙ୍କୁ ପୋଲିସର ମାଡ ଅଭିଯୋଗ

ପୁଣି ଖାକିରେ ଲାଗିଲା ଦାଗ। ମହାଧାର୍ମିକ ମାସ ପଞ୍ଚୁକରେ ପୋଲିସର ଭକ୍ତଙ୍କୁ ଆକ୍ରମଣ । ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳିଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ । ପୋଲିସ ମାଡରେ ଜଣେ ହବିଷ୍ୟାଳିଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ହବିଷ୍ୟାଳି ଜଣକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ । ସେ ପୁରୀରେ ରହି ହବିଶ୍ୟ ବ୍ରତ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପଞ୍ଚୁକର ଚତୁର୍ଥ ଦିନ: ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ତେବେ ସରକାର କାର୍ତ୍ତିକ ବ୍ରତ ନିମନ୍ତେ ହବିଷ୍ୟାଳିଙ୍କ ପାଇଁ ସ୍ଵତନ୍ତ୍ର ଶିବିର କରି ସମସ୍ତ ସୁବିଧା ସୁଯୋଗ ଦେଉଛନ୍ତି । କିନ୍ତୁ ପରିତାପର ବିଷୟ ପୋଲିସ୍ ହବିଷ୍ୟାଳିଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଦୁର୍ବ୍ୟବହାର ସହ ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ଦୋଷୀ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ପୁରୀ ଏସପି କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରାଯାଇଛି । ଏହାସହ ପୋଲିସର ଦୋମୁହାଁ ନୀତିକୁ ଭକ୍ତ କଡ଼ା ସମାଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଧର୍ମ ମାସରେ ଅଧର୍ମ, ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ ଓ ଦୁର୍ବ୍ୟବହାର !

ଗୋଟେ ପଟେ ଶ୍ରୀମନ୍ଦିରରେ ମାଳ ମାଳ ପୋଲିସ୍ କର୍ମଚାରୀ ଥିବା ବେଳେ ଦଲାଲଙ୍କୁ ଅଟକାଇ ପାରୁ ନାହାଁନ୍ତି । ଫଳରେ କାର୍ତ୍ତିକ ମାସରେ ଭକ୍ତମାନେ ଚଢ଼ା ଦାମ ମହା ପ୍ରସାଦ କିଣିବାକୁ ବାଧ୍ୟ ହେଉଛନ୍ତି । ସେପଟେ ଭକ୍ତ ମାନଙ୍କୁ ସୁରକ୍ଷା, ଶୋଷଣରୁ ରକ୍ଷା ପରିବର୍ତ୍ତେ ପୋଲିସ୍ ଭକ୍ତମାନଙ୍କୁ ଆକ୍ରମଣ କରିବା ପୁରୀ ପୋଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଆହତ ହବିଷ୍ୟାଳି ଜଣକ କହିଛନ୍ତି," ମୁଁ ମନ୍ଦିର ଭିତରେ ରହିଥିବା ସମୟରେ ହଟାତ ମୋତେ ମାରିଲା । ପୋଲିସ ମୋତେ ମାରିବା କାରଣରୁ ମୋର ମୁଣ୍ଡ ଫାଟି ଯାଇଛି । ମୁଁ ଧର୍ମ କରିବା ପାଇଁ ପୋଲିସ ମୋତେ ବାଡେଉଛି ।ଏହା ଠିକ କଥା ନୁହଁ ।"

ଇଟିଭି ଭାରତ, ପୁରୀ

Last Updated : Nov 7, 2022, 11:52 AM IST

ABOUT THE AUTHOR

...view details