ପୁରୀ: ରାସ୍ତାକଡରେ ଛିଡା ହୋଇଥିବା ଏକ କାରରୁ ବନ୍ଧୁକ ଜବତ । ପୁରୀ ବଳିଆ ପଣ୍ଡା ଥାନା ପୋଲିସ ପାର୍କିଂ ହୋଇଥିବା କାରକୁ ସନ୍ଦେହ କରି ତଦନ୍ତ କରିବାରୁ ସେଥିରୁ ବେଆଇନ ବନ୍ଧୁକ ଜବତ ହୋଇଥିଲା । ପରେ ପୋଲିସ କାର୍ ଡ୍ରାଇଭରକୁ ଗିରଫ କରି କୋର୍ଟଚାଲାଣ କରିଛି ।
ସୂଚନା ଅନୁଯାୟୀ ଗତ 18 ତାରିଖ ରାତିରେ କ୍ରିଷ୍ଣ ସି ସାଇଟରେ ପାର୍କିଂ ନମ୍ୱର ପ୍ଲେଟ ନଥିବା ଏକ କାର୍ ଛିଡା ହୋଇଥିବା ନେଇ ବଳିଆ ପଣ୍ଡା ଥାନାକୁ ଖବର ଆସିଥିଲା । ଖବର ପାଇ ପୋଲିସ କୌଣସି ଅଘଟଣ ସନ୍ଦେହ କରି ଉକ୍ତ ସ୍ଥାନରେ ପହଞ୍ଚି କାରଟିକୁ ହେପାଜତକୁ ନେଇଥିଲା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍ ହୋଇଯାଇଥିଲା ।