ପୁରୀ:ବାଲୁକାକଳାରେ ଆମେରିକା ନୂତନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା । ଆସନ୍ତାକାଲି (ବୁଧବାର) ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସ ଶପଥ ଗ୍ରହଣ କରିବେ। ତେବେ ନୂତନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏନେଇ ଏକ ବିଶାଳ ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି ।
ବାଲୁକା କଳାରେ ବାଇଡେନ ଓ ହାରିସଙ୍କୁ ଶୁଭେଚ୍ଛା - Greetings to the new President and Vice President of us
ବାଲୁକା କଳାରେ ଆମେରିକା ନୂତନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା । ବାଲୁକା ଚିତ୍ରକଳାର ଲମ୍ବ 20 ଫୁଟ ଥିବାବେଳେ ଉଚ୍ଚତା ରହିଛି 7 ଫୁଟ । ଅଧିକ ପଢନ୍ତୁ...
ବଲୁକା ଚିତ୍ରକଳାରେ ଆମେରିକା ନୁତନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା
ଯେଉଁଥିରେ ଅତି ନିଖୁଣ ଭାବେ ଜୋ ବାଇଡେନ ଓ କମଳା ହାରିସଙ୍କ ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି । ଏଥି ସହିତ ଆମେରିକାର ଜାତୀୟ ପତାକା ଓ ହ୍ଵାଇଟ ହାଉସକୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି । ଏହି ବାଲୁକାକଳାର ଲମ୍ବ 20 ଫୁଟ ଥିବାବେଳେ ଉଚ୍ଚତା ରହିଛି 7 ଫୁଟ । ଏଥିରେ 14 ଟନ ବାଲି ବ୍ୟବହାର ହୋଇଛି । ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଜଣେ ଭାରତୀୟ ଵଂଶୋଦ୍ଭଵ ହୋଇଥିବାରୁ ଭାରତ ଆମେରିକା ମଧ୍ୟରେ ଭଲ ସଂପର୍କ ରହିବା ନେଇ ଆଶା ପ୍ରକାଶ କରିଛନ୍ତି ବାଲୁକା ଚିତ୍ର ଶିଳ୍ପ ସୁଦର୍ଶନ ପଟ୍ଟନାୟକ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ
TAGGED:
ବାଲୁକା କଳାରେ ଶୁଭେଚ୍ଛା