ଓଡିଶା

odisha

ETV Bharat / state

ଆତ୍ମହତ୍ୟା ନୁହେଁ ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇଛି : ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ - ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ୟୋଗିତା ସିଂହ

ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରି ପାରୁନି ବିଜେପି ମହିଳା ମୋର୍ଚ୍ଚା । ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ୟୋଗିତା ସିଂହ। ଅଧିକ ପଢନ୍ତୁ

press conference
press conference

By

Published : Dec 22, 2022, 10:51 PM IST

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା

ପୁରୀ: ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର୍ ହତ୍ୟାକାଣ୍ଡ ଘଟଣା । ଏହାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରି ପାରୁନି ବିଜେପି ମହିଳା ମୋର୍ଚ୍ଚା । ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନୂଆଦିଲ୍ଲୀ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ୟୋଗିତା ସିଂହ।

ଓଡ଼ିଶାରେ ମହିଳା, ଶିଶୁଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଥିବା ବେଳେ ଓଡ଼ିଶାରେ ଏହାକୁ ପ୍ରସଙ୍ଗ କରି ବିଜେପି ମହିଳା ମୋର୍ଚ୍ଚା ସରକାରଙ୍କୁ ଘେରିବ ବୋଲି କହିଛି । କେନ୍ଦ୍ର ସରକାରଙ୍କ ଦ୍ବାରା ମହିଳାମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା ବାସ୍ତବ କ୍ଷେତ୍ରରେ କିଭଳି କାର୍ଯ୍ୟକାରୀ ହେଉଛି ତାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଜ୍ୟର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପ୍ରତିନିଧି ।

ବିଶେଷ କରି ଆୟୁଷ୍ମାନ ଯୋଜନା ଦ୍ବାରା ରାଜ୍ୟବାସୀ କିଭଳି ଲାଭବାନ ହୋଇ ପାରିବେ ସେନେଇ ଲୋକଙ୍କୁ ସଚେତନ କରାଯାଉଛି । ନିର୍ବାଚନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଉପରେ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଗ୍ରାଧିକାର ଦେଉଥିବା ପୁରୀ ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ନୂଆଦିଲ୍ଲୀ ରାଜ୍ୟ ସଭାନେତ୍ରୀ ୟୋଗିତା ସିଂହ ।

ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟୋଗିତା ସିଂହ କହିଛନ୍ତି, "ରାଜ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଅଙ୍ଗନବାଡି କର୍ମୀଙ୍କ ସହ ଆଲୋଚନା କରିବେ । ତାଙ୍କର ସମସ୍ୟା ଓ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ସୁକନ୍ୟା ସମୃଦ୍ଧି ଯୋଜନା, ଉଜ୍ବଳା ଓ ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତା କିଭଳି ହେଉଛି ସେନେଇ ତୃଣମୂଳ ସ୍ତରରେ ମହିଳାଙ୍କୁ ଭେଟି ଆଲୋଚନା କରିବେ। ତେବେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରି ନଥିବାରୁ ଅନେକ ଗରିବ ଲୋକ ସ୍ବାସ୍ଥ୍ୟ ସୁବିଧା ପାଇ ପାରୁ ନାହାଁନ୍ତି । ରାଜ୍ୟ ସରକାରଙ୍କ ହୀନ ରାଜନୀତିକୁ ବିଜେପି ମହିଳା ମୋର୍ଚ୍ଚା କଡ଼ା ନିନ୍ଦା କରିଛି ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details