ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ରରେ ଚାଲିଛି ଗୋଷାଣୀ ଭଷାଣ ଉତ୍ସବ - ପୁରୀ ଜଗନ୍ନାଥ ମନ୍ଦିର ଦେବୀଙ୍କ ଯାତ୍ରା

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଗୋଷାଣୀ ଦେବୀଙ୍କ ଭଷାଣ ଯାତ୍ରା ଆରମ୍ଭ ହୋଇଛି । ତେଣୁ ମନ୍ଦିରର ଚାରିପାର୍ଶ୍ବ ସମେତ ମରିଟିକୋଟ ଛକ ପର୍ଯ୍ୟନ୍ତ 144 ଧାରା ଜାରି ରଖାଯାଇଛି । ଅଧିକ ପଢନ୍ତୁ...

ଶ୍ରୀକ୍ଷେତ୍ର ଚାଲିଛି ଗୋଶାଣୀ ଭଷାଣ ଉତ୍ସବ
ଶ୍ରୀକ୍ଷେତ୍ର ଚାଲିଛି ଗୋଶାଣୀ ଭଷାଣ ଉତ୍ସବ

By

Published : Oct 27, 2020, 6:50 PM IST

Updated : Oct 27, 2020, 8:15 PM IST

ପୁରୀ: ଶ୍ରୀକ୍ଷେତ୍ରରେ ଚାଲିଛି ଗୋଷାଣୀ ଦେବୀଙ୍କ ଭଶାଣ । ପୁରୀ ଜିଲ୍ଲାରେ ଦୁର୍ଗାପୂଜାକୁ ଗୋଷାଣୀ ପୂଜା ଭାବେ ପାଳନ କରାଯାଏ । ତେଣୁ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଗୋଷାଣୀ ମୂର୍ତ୍ତି ଏକାଠି ହେବାପରେ ଯାତ୍ରା ଆରମ୍ଭ ହେବ ।

ତେଣୁ ବଡଦାଣ୍ଡରେ ଆଜି(ମଙ୍ଗଳବାର) ଦିନ ଗୋଟାଏରୁ ରାତ୍ର ପର୍ଯ୍ୟନ୍ତ 144 ଧାରା ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁର୍ପାଶ୍ବ ଓ ମରିଚିକୋଟ ଛକ ପର୍ଯ୍ୟନ୍ତ 144 ଧାରା ବଳବତ୍ତର ରହିଛି । ତେବେ ଲୋକଙ୍କ ଭିଡକୁ ଆଖି ଆଗରେ ରଖି 144 ଧାରା ଜାରି କରାଯାଇଛି ।

ଶ୍ରୀକ୍ଷେତ୍ରରେ ଚାଲିଛି ଗୋଷାଣୀ ଭଷାଣ ଉତ୍ସବ

ତେବେ ପ୍ରତ୍ୟେକ ଗୋଶାଣୀ ମୂର୍ତ୍ତିରେ ଯିବାପାଇଁ ମାତ୍ର ୭ ଜଣଙ୍କୁ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ଅନୁମତି ଦେଇଛି ପ୍ରଶାସନ। ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବାପୂଜା ପାଇଁ ଯାଉଥିବା କୌଣସି ସେବାୟତଙ୍କୁ ଅଟକାଯିବ ନାହିଁ। ସେଭଳି ସମସ୍ତ ଜରୁରିକାଳୀନ ସେବା ପ୍ରଭାବିତ ମଧ୍ୟ ହେବ ନାହିଁ । ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ବାରା ହେଉଥିବା ୪୦ରୁ ଊର୍ଦ୍ଧ୍ଵ ଗୋଶାଣୀ ସିଂହଦ୍ବାରକୁ ଭଶାଣ ଶୋଭାଯାତ୍ରାରେ ଆସିବା ସମୟରେ ବାଜା ବାଜିବା ଉପରେ ରୋକ ଲଗାଯାଇଛି ।

ରାଜ୍ୟ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ କୋଭିଡ-୧୯ କଟକଣାକୁ ସମ୍ପୂର୍ଣ୍ଣ ଅନୁସରଣ କରାଯାଇ ଭଶାଣ ଉତ୍ସବ ପାଳନ କରାଯାଉଛି । ଶ୍ରୀମନ୍ଦିର ମହାଦୀପ ଉଠିବା ପରେ ସବୁ ମେଢ଼ଗୁଡିକ ବିସର୍ଜନ ହେବ। ମଙ୍ଗଳାଘାଟକୁ ଗୋଶାଣୀ ଶୋଭାଯାତ୍ରା ଯାଇ ସେଠାରେ ହୋଇଥିବା କୃତ୍ରିମ ପୋଖରୀରେ ବିସର୍ଜନ କରାଯିବ। ଭଶାଣୀରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 27, 2020, 8:15 PM IST

ABOUT THE AUTHOR

...view details