ଓଡିଶା

odisha

ETV Bharat / state

ପୋଲିସ ଅଧିକାରୀଙ୍କ ମାନବିକତା, ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ଆଣି କଲେ ଚିକିତ୍ସା - ମାନବିକତା

ପୁରୀ ଗୋପ ଥାନା ଅଧିକାରୀଙ୍କ ମାନବିକତା । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡିରେ ଆଣି କଲେ ଚିକିତ୍ସା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 11, 2023, 10:30 PM IST

ପୋଲିସ ଅଧିକାରୀଙ୍କ ମାନବିକତା

ପୁରୀ:ଲୋକମାନେ ସାଧାରଣତଃ ପୋଲିସ ପ୍ରତି ନକାରାତ୍ମକ ମନୋଭାବ ଦେଖାଇଥାନ୍ତି । ହେଲେ ଅନେକ ପୋଲିସ କର୍ମଚାରୀ ଅଛନ୍ତି ଯେଉଁମାନେ ନିଜ କର୍ତ୍ତବ୍ୟ ସହିତ ନିଜର ମାନବିକତାକୁ ମଧ୍ୟ ଭୁଲି ନଥାନ୍ତି । ଏପରି ଜଣେ ପୋଲିସ କର୍ମଚାରୀଙ୍କୁ ପୁରୀ ସହରରେ ଦେଖିବାକୁ ମିଳିଛି । ଯିଏକି ନିଜର ମାନବିକତା ଦେଖାଇ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଆଣି ଚିକିତ୍ସା କରାଇଛନ୍ତି । ଏହାପରେ ଉକ୍ତ ପୋଲିସ କର୍ମଚାରୀଙ୍କୁ ଅନେକ ମହଲରେ ପ୍ରଶଂସା କରାଯାଇଛି ।

ଏହି ପୋଲିସ କର୍ମଚାରୀ ହେଉଛନ୍ତି ପୁରୀ ଗୋପ ଥାନା ଅଧକାରୀ ସୁନିଲ ପ୍ରଧାନ। ପୂର୍ବରୁ ଅନେକ ସମାଜସେବା ପାଇଁ ସେ ଚର୍ଚ୍ଚାରେ ଥିବା ବେଳେ ପୁଣି ନିଜର ମାନବିକତା ପଣିଆକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଗୋପ ଥାନା ଅଧିକାରୀ ସୁନିଲ । ମଝି ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇ ପଡ଼ିଥିବା ୨ ଜଣ ଆହତ ବ୍ୟକ୍ତିଙ୍କୁ ଗୋପ ଥାନା ଅଧିକାରୀ ନିଜ ଗାଡ଼ିରେ ଆଣି ଚାରି ଛକ ମେଡ଼ିକାଲରେ ଭର୍ତ୍ତି କରି ଆହତଙ୍କର ଚିକିତ୍ସା କରାଇଛନ୍ତି ।

ଏହା ବି ପଢନ୍ତୁ- ପ୍ରଥମ ରଥଯାତ୍ରା ସମନ୍ଵୟ କମିଟି ବୈଠକ ଶେଷ, ନିର୍ଦ୍ଧାରିତ ସମୟରେ ନୀତି ସାରିବାକୁ RDCଙ୍କ ନିର୍ଦ୍ଦେଶ

ସୂଚନା ଅନୁଯାୟୀ ଆଜି କାକଟପୁର ମା' ମଙ୍ଗଳାଙ୍କ ଝାମୁ ଯାତ୍ରା ଦେଖି ବାଇକରେ ଫେରୁଥିବା ବେଳେ ଦୁଇ ଜଣ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଥିଲେ । ହେଲେ ଜଣେ ରାସ୍ତାରେ ଚେତାଶୂନ୍ୟ ଅଵସ୍ଥାରେ ପଡ଼ି ରହିଥିବା ବେଳେ ଆଉ ଜଣେ ଆହତ ହୋଇ ଛଟପଟ ହେଉଥିଲେ। ତେବେ ରାସ୍ତାରେ ଗୋପ ଥାନା ଅଧିକାରୀ ସୁନିଲ ପ୍ରଧାନ ଗାଡ଼ିରେ ଯାଉଥିବା ବେଳେ ଆହତଙ୍କୁ ଦେଖିଥିଲେ । ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଆଶଙ୍କା କରି ଥାନା ଅଧିକାରୀ ସୁନିଲ ନିଜର ଥାନା ଗାଡ଼ିରେ ଦୁଇ ଆହତଙ୍କୁ ବସାଇଥିଲେ ।

ଏହାପରେ ନିଜେ ନିଜ କର୍ମଚାରୀଙ୍କ ସହ ମିଶି ଥାନା ଗାଡ଼ିରେ ଉଭୟ ଆହତଙ୍କୁ ମେଡ଼ିକାଲକୁ ଆଣିଥିଲେ। ତେବେ ଗୋପ ଥାନା ଅଧିକାରୀ ସୁନିଲଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସବୁ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି । ଏଭଳି ମହତ କାର୍ଯ୍ୟ ଦ୍ବାରା ପୋଲିସ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବା ସହ ସମାଜରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଓ ଜନସାଧାରଣ ମଧ୍ୟରେ ଏକ ବନ୍ଧୁତା ରହିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details