ଓଡିଶା

odisha

ETV Bharat / state

ସ୍ୟାଣ୍ଡ ଆନିମେସନରେ କ୍ୟାପଟେନ କୁଲଙ୍କୁ ଶୁଭ ବିଦାୟର ବାର୍ତ୍ତା - ପୁରୀ ଖବର

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଏହି ଅବସରରେ ପୁରୀରେ ବାଲୁକା ଶିଳ୍ପୀ ମାନସ ସାହୁ ନିଜର ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ମାଧ୍ୟମରେ କ୍ୟାପଟେନ କୁଲଙ୍କୁ ଶୁଭ ବିଦ୍ୟାୟ ଜଣାଇଛନ୍ତି । ଅଧିକ ପଢନ୍ତୁ...

ସ୍ୟାଣ୍ଡ ଆନିମେସନରେ କ୍ୟାପଟେନ କୁଲଙ୍କୁ ଶୁଭ ବିଦାୟର ବାର୍ତ୍ତା
ସ୍ୟାଣ୍ଡ ଆନିମେସନରେ କ୍ୟାପଟେନ କୁଲଙ୍କୁ ଶୁଭ ବିଦାୟର ବାର୍ତ୍ତା

By

Published : Aug 16, 2020, 9:41 PM IST

ପୁରୀ: ସ୍ୟାଣ୍ଡ ଆନିମେସନରେ ଧୋନିଙ୍କୁ ଶୁଭ ବିଦାୟ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଭାରତୀୟ କ୍ରିକେଟ ପ୍ରତି ତାଙ୍କର ଅବଦାନ ଓ ନିଆରା ଖେଳ ଶୈଳୀ ସବୁଦିନ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ସ୍ମୃତି ହୋଇ ରହିବ । ଏହି ଅବସରରେ ପୁରୀରେ ବାଲୁକା ଶିଳ୍ପୀ ମାନସ ସାହୁ ନିଜର ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ମାଧ୍ୟମରେ କ୍ୟାପଟେନ କୁଲଙ୍କୁ ଶୁଭ ବିଦ୍ୟାୟ ଜଣାଇଛନ୍ତି ।

ବିଶ୍ବକପ ବିଜୟ ଠାରୁ ବିଦାୟ ନେବା ଯାଏଁ ଧୋନିଙ୍କ କ୍ରିକେଟ କ୍ୟାରିୟରକୁ ସେ ନିଜର ସ୍ୟାଣ୍ଡ ଆଣିମେସନ ମାଧ୍ୟମରେ ଅତି ସୁନ୍ଦର ଭାବେରେ ସ୍ଥାନିତ କରିଛନ୍ତି । ଧୋନିଙ୍କ କ୍ରୀଡା କୌଶଳ ସବୁଦିନ କ୍ରିକେଟ ପ୍ରେମୀମନେ ରଖିବେ ବୋଲି ମାନସ ନିଜ ସ୍ୟାଣ୍ଡ ଆନିମେସନରେ ଦର୍ଶାଇଛନ୍ତି ।

ସ୍ୟାଣ୍ଡ ଆନିମେସନରେ କ୍ୟାପଟେନ କୁଲଙ୍କୁ ଶୁଭ ବିଦାୟର ବାର୍ତ୍ତା

ତେବେ ଶନିବାର ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଖବର ପ୍ରସାର ହେବା ପରେ ତାଙ୍କର ଶୁଭେଚ୍ଛୁମାନେ ତାଙ୍କ ଆଗାମୀ ଭବିଷ୍ୟତର ଚଲାପଥ କ୍ରିକେଟ କ୍ୟାରିୟର ଭଳି ସଫଳ ହେଉ ବୋଲି କାମନା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details