ଓଡିଶା

odisha

ETV Bharat / state

ହରପାର୍ବତୀ ପୂଜା ବେଳେ ଶ୍ରଦ୍ଧାଳୁଙ୍କ ଶରୀରରେ ଠାକୁର ବିଜେ ନେଇ ଚର୍ଚ୍ଚା - ପୁରୀ ନୋଳିଆ ସାହି

ଦୁର୍ଗା ପୂଜା ଚାଲୁଥିବା ବେଳେ ଭକ୍ତଙ୍କ ଅଜବ ରୂପ । ପୁରୀ ନୋଳିଆ ସାହିର ଶ୍ରଦ୍ଧାଳୁମାନେ ଶିବପାର୍ବତୀଙ୍କ ମୁର୍ତ୍ତି ନେବାବେଳେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...

ହରପାର୍ବତୀ ପୂଜା ବେଳେ ଶ୍ରଦ୍ଧାଳୁଙ୍କ ଦେହକୁ ଆସିଲେ ଠାକୁର
ହରପାର୍ବତୀ ପୂଜା ବେଳେ ଶ୍ରଦ୍ଧାଳୁଙ୍କ ଦେହକୁ ଆସିଲେ ଠାକୁର

By

Published : Oct 25, 2020, 10:42 PM IST

ପୁରୀ: ଦୁର୍ଗା ପୂଜା ଚାଲୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଅଜବ ରୂପ। ପୁରୀ ଜିଲ୍ଲା ଅଠରନଳା ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଦୁର୍ଗା ପୂଜାରେ ନୋଳିଆ ସଂପ୍ରଦାୟର ଲୋକମାନେ ଶିବ ପାର୍ବତୀଙ୍କ ପୂଜା କରିଥାନ୍ତି। ତେବେ ଆଜି(ରବିବାର) ପୁରୀ ନୋଳିଆ ସାହିର ଶ୍ରଦ୍ଧାଳୁମାନେ ଶିବପାର୍ବତୀଙ୍କ ମୁର୍ତ୍ତି ନେବା ପାଇଁ ଆସିଥିବା ବେଳେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା।

ନୋଳିଆ ସାହିର ଶ୍ରଦ୍ଧାଳୁମାନେ ଶିବପାର୍ବତୀଙ୍କ ମୁର୍ତ୍ତି ନେବା ପାଇଁ ଅଠରନଳା ଆସିଥିଲେ। ସେଠାରେ ହରପର୍ବତୀଙ୍କ ପୂଜା ପାଇଁ ସମସ୍ତ ବିଧି କରୁଥିଲେ। ଠିକ ସେହି ସମୟରେ ଦୁଇ ଜଣଙ୍କ ମହିଳାଙ୍କ ଅଜବ ରୂପ ଦେଖି ଉପସ୍ଥିତ ଲୋକେ ସେମାନଙ୍କ ଶରୀରରେ ଠାକୁର ବିରାଜ ହୋଇଥିବା ନେଇ ଚର୍ଚ୍ଚା କରିଛନ୍ତି।

ହରପାର୍ବତୀ ପୂଜା ବେଳେ ଶ୍ରଦ୍ଧାଳୁଙ୍କ ଦେହକୁ ଆସିଲେ ଠାକୁର

ଦୁଇ ଶ୍ରଦ୍ଧାଳୁ କିଛି ସମୟ ପାଇଁ ଥରିବା ସହ ବେହୋସ ହୋଇ ଯାଇଥିଲେ। ଏହାପରେ ସେଠାରେ ଥିବା ଲୋକେ ଦୁଇ ମହିଳାଙ୍କ ଉପରେ ପାଣି ପକାଇବା ପରେ ଚେତା ଫରିଥିଲା। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ କିଛି ଲୋକ ଏହାକୁ ବିଶ୍ବାସ କରୁଥିବା ବେଳେ କିଛି ଏହାକୁ ବିଶ୍ବାସ କରୁନଥିବା ସୂଚନା ମିଳିଛି।

ପ୍ରତିବର୍ଷ ବଜୟଦଶମୀରେ ନୋଳିଆ ସମ୍ପ୍ରଦାୟର ଲୋକେ ହରପାର୍ବତୀଙ୍କ ପୂଜା କରିଥାନ୍ତି। ତେବେ ସେହି ସମୟରେ ପ୍ରତ୍ୟେକ ବର୍ଷ ଜଣେ ମହିଳାଙ୍କ ଶରୀରରେ ଠାକୁର ବିଜେ କରିଥାନ୍ତି ବୋଲି ନୋଳିଆ ସମ୍ପ୍ରଦାୟ ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details