ପୁରୀ:ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ l ଆଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ଦୀର୍ଘ ବର୍ଷ ପରେ ସପରିବାର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ବେଶ ଖୁସି ଓ ଭାବବିହ୍ୱଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଏଥିସହ ଆଜାଦି କି ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ବିକଶିତ ଭାରତର ସ୍ବପ୍ନ ସଫଳ ହେଉ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି । ସେହିପରି ଗୋଆର ଅର୍ଥନୀତିକୁ ସମୃଦ୍ଧି ମିଳିବା ଓ ଗୋଆ ଅଧିବାସୀଙ୍କ ପାଇଁ ମହାପ୍ରଭୁଙ୍କ ନିକଟରେ ମଙ୍ଗଳ କାମନା କରିଛନ୍ତି l
ଏହା ମଧ୍ୟ ପଢନ୍ତୁ - ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଦୀର୍ଘ ବର୍ଷ ପରେ ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶ ଉତ୍ସବମୁଖର ଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି l ଏହା ସନତନିଙ୍କ ପାଇଁ ଏକ ଆନନ୍ଦର ବିଷୟ । ଏଥିସହ ଓଡ଼ିଶାରେ ଶ୍ରୀମନ୍ଦିର ବିକାଶର କାର୍ଯ୍ୟକୁ ନେଇ ମଧ୍ୟ ସେ ବେଶ ପ୍ରଶଂସା କରିଛନ୍ତି l ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଠାରୁ ଦେଶରେ ବିଭିନ୍ନ ପୀଠମାନଙ୍କ ଉନ୍ନତିମୂଳକ କାର୍ଯ୍ୟ ଯଥା କାଶୀବିଶ୍ଵନାଥ, ମହାକାଳେଶ୍ବର, ଅଯୋଧ୍ୟା ବିକାଶ ହୋଇଛି । ସେହିପରି ପୁରୀର ଜଗନ୍ନାଥ ମନ୍ଦିର ବିକାଶ ପାଇଁ ମଧ୍ୟ କାର୍ଯ୍ୟ ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି ।