ଓଡିଶା

odisha

ETV Bharat / state

ଆସନ୍ତା ୨୦ରୁ ପୁରୀରେ ଜମିବ ଗ୍ଲୋରି ଫେଷ୍ଟ - ଗ୍ଲୋରି ଫେଷ୍ଟ

ପୁରୀରେ ଜମିବ ଗ୍ଲୋରି ଫେଷ୍ଟ । ୩ ଦିନ ଧରି ଚାଲିବ ଏହି ଉତ୍ସବ । ଅଧିକ ପଢ଼ନ୍ତୁ.

Glori fest festival
ଗ୍ଲୋରି ଫେଷ୍ଟ

By

Published : Jan 18, 2023, 10:54 PM IST

ଗ୍ଲୋରି ଫେଷ୍ଟ

ପୁରୀ : ଆସନ୍ତା ଜାନୁଆରୀ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପୀ ଜାତୀୟସ୍ତରୀୟ ଆନ୍ତଃମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟର ସାଂସ୍କୃତିକ ମହୋତ୍ସବ ୨୬ତମ ଗ୍ଲୋରି ଫେଷ୍ଟ ୨୦୨୩ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ୧୨ ଗୋଟି ବିଭାଗରେ ବିଭିନ୍ନ ପ୍ରତଯୋଗିତା ଅନୁଷ୍ଠିତ ହେବ । ସେଗୁଡିକ ହେଲା ବକ୍ତୃତା, ତର୍କ, ସାଧାରଣ ଜ୍ଞାନ, ଅନ୍ତାକ୍ଷରୀ, ସ୍କଟ ଫେଟିଂ, ରେକର୍ଡ ଡ୍ୟାନ୍ସ, ଲୋକନୃତ୍ୟ, ନୃତ୍ୟ, ନାଟକ, ଯନ୍ତ୍ର ସଙ୍ଗୀତ, ଲଘୁ ସଙ୍ଗୀତ ଓ ଗ୍ଲୋରି କୁଇନ ପ୍ରଭୃତି ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଏଥରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ମହୋତ୍ସବର ଉଦ୍‌ଯାପନୀ ୨୨ ଜାନୁଆରୀ ସନ୍ଧ୍ୟାରେ ପୁରୀ ବେଳାଭୂମୀରେ ପାଳନ କରାଯିବ । ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀରେ ଗ୍ଲୋରୀ ଫେଷ୍ଟ୍ କରାଯିବ ବୋଲି ଆୟୋଜକ ସୁଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ମୁମ୍ବାଇର ପ୍ରଚ୍ଛଦପଟ୍ଟ ଗାୟକ ଓ ସା.ରେ.ଗା.ମା.ପା.ର ଚମ୍ପିଆନ ଅନୀକ ଧାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଛାତ୍ରୀଙ୍କୁ ଗ୍ଲୋରୀ କୁଇନ ଉପାଧିରେ ଭୂଷିତ କରାଯିବ । ଏହାସହିତ ସଂସ୍କୃତି ଓ ସାହିତ୍ୟକୁ ସମୃଦ୍ଧ କରିବାରେ ଓଡ଼ିଶାର ଅବଦାନ ଶୀର୍ଷକକୁ ନେଇ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଗତ ୨ ବର୍ଷ ହେବ କୋଭିଡ କଟକଣା ହେତୁ ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ବନ୍ଦ ରହିଥିଲା । କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକ ସାମିଲ ହେବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

ଏଥିରେ ସେମିନାର ଓ ପ୍ରତିଯୋଗିତାମାନ ଅନୁଷ୍ଠିତ ମଧ୍ୟ ହେବ । ଏହାସହ ନାନା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାର ମଧ୍ୟ ଯାଜନା ରହିଛି । ଏହି ଉତ୍ସବ ୩ ଦିନ ଚାଲିବ । ଏଥିରେ ପ୍ରାୟ ୫ଶହ ପ୍ରତିନିଧି ଯୋଗ ଦେବେ । ଏଥିରେ ତିରୁପତି ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଜିଏସଆର କୃଷ୍ଣପତି ଯୋଗଦେବେ । ସେହିପରି କେନ୍ଦ୍ରୀୟ ସଂସ୍କୃତି ବିଶ୍ବ ବିଦ୍ୟାଳୟର କୂଳପତି ଶ୍ରୀନିବାସ ମଧ୍ୟ ଯୋଗଦେବେ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଏହି ମହୋତ୍ସବ ପ୍ରତ୍ୟେକ ବର୍ଷ ପୁରୀରେ ଧୁମଧାମରେ ପାଳନ କରାଯାଏ । ଏଥିରେ ବହୁ କଣ୍ଠଶିଳ୍ପୀ, କୂଳପତି, ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥାନ୍ତି । ତେବେ ଯେତେଦିନ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିଥାଏ ସେତେଦିନ ପର୍ଯ୍ୟନ୍ତ ଏହା ଧୁମଧାମରେ ପରିବେଷଣ କରାଯାଇଥାଏ । ନାନା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥାଏ । ତେବେ ଗତ ୨ ବର୍ଷ ହେବ ଏହା ବନ୍ଦ ରହିଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details