ଓଡିଶା

odisha

ETV Bharat / state

ପୁରୀରେ 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ' ଅଭିଯାନ - 2024 ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି

2024 ନିର୍ବାଚନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି । ପୁରୀ (କ)ପକ୍ଷରୁ ଘରେ ଘରେ ହାତ ଅଭିଯାନ । ଅଧିକ ପଢନ୍ତୁ

ପୁରୀରେ 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ' ଅଭିଯାନ
ପୁରୀରେ 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ' ଅଭିଯାନ

By ETV Bharat Odisha Team

Published : Oct 13, 2023, 8:42 PM IST

ପୁରୀରେ 'ଘରେ ଘରେ କଂଗ୍ରେସ, ଘରେ ଘରେ ହାତ' ଅଭିଯାନ

ପୁରୀ: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟନାୟକଙ୍କ ଆହ୍ଵାନ କ୍ରମେ ସାରା ଓଡ଼ିଶାରେ ଚାଲିଛି ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ଅଭିଯାନ । 2024 ନିର୍ବାଚନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା କଂଗ୍ରେସ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ଏହି କ୍ରମରେ ଆଜି ପୁରୀ ନଗର କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ଅଭିଯାନ ଅନୁଷ୍ଠିତ ହୋଇଛି । ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରିବା ଏବଂ ପୁରୀ ବାସିନ୍ଦାଙ୍କ ଆସ୍ଥା ଭାଜନ ପାଇଁ କଂଗ୍ରେସ ଏହି ଅଭିଯାନ ଚଳାଇଛି । ଏଥିପାଇଁ ପୁରୀ ସହରରେ କଂଗ୍ରେସ ପକ୍ଷରୁ ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି ।

ଗତ କିଛି ଦିନ ତଳେ ପୁରୀ (ଖ) ଅଞ୍ଚଳରେ ଏହି କାର୍ଯକ୍ରମ ଅନୁଷ୍ଠିତ ହେଇଥିବାବେଳେ ଆଜି ପୁରୀ (କ)ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି । ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢିଆରୀ କହିଛନ୍ତି ," ରାଜ୍ୟରେ ସୁଶାସନ ପାଇଁ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ । କଂଗ୍ରେସ ଦଳ ସବୁବେଳେ ଗରୀବ ଲୋକଙ୍କ ସହ ରହି ବିକାଶ କାର୍ଯ୍ୟକୁ ଆଗେଇ ନେଇଛି । ହେଲେ ଦୀର୍ଘ ବର୍ଷ ଧରି ଓଡ଼ିଶାରେ ଥିବା ବିଜେଡି ସରକାରରେ ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯାତନା, ଅପରାଧ ବଢ଼ିଚାଲିଛି । ଲୋକ ମାନେ ବିଜେଡି ସରକାରକୁ ନେଇ ଅତିଷ୍ଠ ହୋଇ ପଡିଲେଣି । "

ଏହା ମଧ୍ୟ ପଢନ୍ତୁ...ଅଣଓଡିଆ ଶାସନ ଓ ଠିକାଦରଙ୍କୁ ପ୍ରୋତ୍ସାହନ ଅଭିଯୋଗ, ଯୁବ କଂଗ୍ରେସର ନବୀନ ନିବାସ ଘେରାଉ

କଂଗ୍ରେସ ଏଥର କ୍ଷମତାକୁ ଆସିବା ପାଇଁ ଲୋକଙ୍କ ପାଖରେ ପହଞ୍ଚିଛି । ଲୋକଙ୍କ ସମର୍ଥନ ପାଇଁ ଏହି ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ସେହିପରି ପୁରୀ ସହରରେ ଅନେକ ସମସ୍ୟା ରହିଛି । ପୌର ନିର୍ବାଚନ ବିଜେଡି ସରକାର ରୋକି ଥିବାରୁ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହୋଇ ପାରିନାହିଁ । ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ନ ଯିବା କାରଣରୁ ଭକ୍ତ ଓ ପୁରୀବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କଂଗ୍ରେସ ଅଭିଯୋଗ କରିଛି । ଏହା ସହ ରତ୍ନଭଣ୍ଡାର ଅସୁରକ୍ଷିତ ହୋଇ ପଡିଥିବା ବେଳେ ସରକାର ଏହାର ମରାମତି କରିନଥିବା ଅଭିିଯୋଗ କରିଛି । ଏଭଳି ଅନେକ ସମସ୍ୟାକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ସୂଚନା ମିଳିଛି । ଆଗାମୀ ନିର୍ବାଚନରେ ପୁରୀରେ କଂଗ୍ରେସ ଲୋକଙ୍କ ସମର୍ଥନ ହାସଲ କରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details