ଓଡିଶା

odisha

By

Published : Aug 21, 2020, 7:26 AM IST

ETV Bharat / state

ପୁରୀରେ ସାର୍ଵଜନୀନ ଗଣେଶ ପୂଜା ଉପରେ କଟକଣା

କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସାର୍ଵଜନିକ ସ୍ଥାନରେ କୌଣସି ଯୁବକ ସଂଘ, ଅନୁଷ୍ଠାନ, କ୍ଲବ କିମ୍ବା ବ୍ୟକ୍ତି ବିଶେଷ ଦ୍ବାରା ଗଣେଶ ପୂଜା ଉତ୍ସବ ପାଳନ ଉପରେ ବାରଣ କରାଯାଇଛି ।

ganesh puja
ସାର୍ଵଜନିକ ଗଣେଶ ପୂଜା ଉପରେ କଟକଣା

ପୁରୀ: ସାର୍ଵଜନୀନ ଗଣେଶ ପୂଜା ଉପରେ କଟକଣା । କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସାର୍ଵଜନିକ ସ୍ଥାନରେ କୌଣସି ଯୁବକ ସଂଘ, ଅନୁଷ୍ଠାନ, କ୍ଲବ କିମ୍ବା ବ୍ୟକ୍ତି ବିଶେଷ ଦ୍ବାରା ଗଣେଶ ପୂଜା ଉତ୍ସବ ପାଳନ ଉପରେ ବାରଣ କରାଯାଇଛି ।

ସାର୍ଵଜନିକ ଗଣେଶ ପୂଜା ଉପରେ କଟକଣା

ଏହି କଟକଣା ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଲାଗୁ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ଅନୁଷ୍ଠାନ / କ୍ଲବ ଆଦି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ସାର୍ଵଜନିକ ଗଣେଶ ପୂଜା ଉପରେ କଟକଣା

ଏହି ଆଦେଶ କେବଳ ସର୍ବସାଧାରଣ ସ୍ଥାନ ପାଇଁ ଉଦ୍ଧିଷ୍ଟ । ତେବେ ନିଜ ଘରେ ଗଣେଶ ପୂଜା ଉତ୍ସବ ପାଳନ କରାଯିବା ଉପରେ କୌଣସି କଟକଣା ନାହିଁ ବୋଲି ପୁରୀ ଉପ ଜିଲ୍ଲାପାଳ ଭଵ ତରଣ ସାହୁ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details