ଓଡିଶା

odisha

ETV Bharat / state

ମାଲେସିଆ ଜାହଜରୁ କଢାଯିବ ତେଲ

ବୁଧବାର ମାଲେସିଆ ଜାହାଜରୁ କଢାଯିବ ତେଲ । ପର୍ଯ୍ୟୟ କ୍ରମେ ଜହାଜରୁ ତେଲ ବାହାର କରାଯିବ ବୋଲି ସୂଚନା ଦେଲେ ପୁରୀ ଜିଲ୍ଲାପାଳ ।

By

Published : Aug 28, 2019, 1:50 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ପୁରୀ

ପୁରୀ: ଚିଲିକା ନିକଟ ରାଜହଂସରେ ଲାଗିଥିବା ମାଲେସିଆ ଜାହାଜ ଜିନ୍ ହ୍ବାର୍ କଣ୍ଟେନରଟି ଗୋଟିଏ ପଟକୁ ଢଳି ପଡିଛି । କିନ୍ତୁ ସୁରକ୍ଷିତ ଅଛି ଜାହାଜ ଇଞ୍ଜିନ । ଏହାସହ ଜାହାଜର ଇଞ୍ଜିନ୍ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ପୁରୀ

ସୋମବାର ମାଲେସିଆ ଜାହାଜରୁ ତେଲ କାଢ଼ିବା ନେଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ସଂପୃକ୍ତ ଜାହାଜ ମାଲିକଙ୍କ ସହିତ ଆଲୋଚନା ପରେ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ସବିଶେଷ ପଦକ୍ଷେପ ନେଇଛି । ତେବେ ବୁଧବାର ଠାରୁ ପର୍ଯ୍ୟୟ କ୍ରମେ ଜହାଜରୁ ତେଲ ବାହାର କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ଏନେଇ ବ୍ୟବସ୍ଥା ହୋଇଛି ।

ତିନି ଦିନ ଭିତରେ ଜହାଜରୁ 13 ହଜାର ଲିଟର ତେଲ ସମ୍ପୂର୍ଣ୍ଣ କଢ଼ାଯିବ । ଏହି ପଣ୍ୟବାହୀ ଜାହାଜ ବାଂଲାଦେଶରୁ ଫେରିବାବେଳେ ପ୍ରତିକୂଳ ପାଗ ଯୋଗୁଁ ଭୁଲବଶତଃ ଚିଲିକା ଉପକୂଳକୁ ଚାଲିଆସିଥିଲା । ଦୀର୍ଘ ଦିନ ଧରି ପଡି ରହିଥିବାରୁ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details