ଓଡିଶା

odisha

ETV Bharat / state

ଆଜିଠୁ କାର୍ତ୍ତିକ ମାସ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ - ଶ୍ରୀମନ୍ଦିରରେ ଭିଡ

ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ ମାସ, ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ । ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହି ମାସଟିକୁ ନିଷ୍ଠା ସହକାରେ ପାଳନ କରିଥାନ୍ତି । ଯଦି ମାସସାରା ପାଳି ନ ପାରିଲେ ତେବେ ମାସର ଶେଷ ପାଞ୍ଚ ଦିନ ଅର୍ଥାତ ପଞ୍ଚୁକ ପାଳନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ, କାର୍ତ୍ତିକ ମହାତ୍ମ୍ୟ ଶ୍ରବଣ ସମେତ ମହାପ୍ରସାଦ ସେବନ କରି କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରିବେ ହବିଷ୍ୟାଳି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

By

Published : Oct 14, 2019, 10:17 AM IST

Updated : Oct 14, 2019, 3:18 PM IST

ପୁରୀ: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ହିନ୍ଦୁ ଧର୍ମର ସବୁଠୁ ପୁଣ୍ୟ ମାସ । ଏଥିପାଇଁ ଚଳଚଞ୍ଚଳ ସାରା ଓଡିଶା। ଶ୍ରୀକ୍ଷେତ୍ରରେ ଜମିଛି ହବିଷ୍ୟାଳିଙ୍କ ଭିଡ । ସକାଳୁ ହବିଷ୍ୟାଳିମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ ପରେ ଚଉରା ମୂଳେ ମହା ସଂକଳ୍ପ କରିଛନ୍ତି । ଆଜିଠାରୁ ଏକ ମାସ ଧରି କାର୍ତ୍ତିକ ବ୍ରତ ପାଳନ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ, କାର୍ତିକ ମାହାତ୍ମ୍ୟ ଶ୍ରବଣ ସମେତ ମହାପ୍ରସାଦ ସେବନ କରି କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରିବେ ।

ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ

କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ଏହି ମାସରେ ରାଧା ଦାମୋଦରଙ୍କୁ ପୂଜା କରାଯାଏ । ଶ୍ରୀମନ୍ଦିର ମହାପ୍ରଭୁଙ୍କ ରାଧା ଦାମୋଦର ବେଶ କାର୍ତ୍ତିକ ମାସରେ ଅନୁଷ୍ଠିତ ହୋଇଥାଏ । ସେହିପରି ମହାପ୍ରଭୁଙ୍କ ଠାରେ ସ୍ବତନ୍ତ୍ର ବାଳ ଭୋଗ ଅନୁଷ୍ଠିତ ହୋଇଥାଏ । ଏହି ମାସରେ ନିଷ୍ଠାର ସହ ବ୍ରତ ପାଳନ ହୋଇଥାଏ । ବିଶ୍ବାସ ରହିଛି ଏହି ମାସରେ ଧର୍ମ ସାଙ୍ଗକୁ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ କଲେ କୋଟିଜନ୍ମର ପୁଣ୍ୟ ମିଳିଥାଏ ।

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇ ଥିବାବେଳେ ହବିଷ୍ୟାଳିମାନେ ଗୁଆ ନଡ଼ିଆ ବସାଇ ଚଉରା ମୂଳେ ରଙ୍ଗ ବେରଙ୍ଗର ମୁରୁଜ ପକାଇ ପୂଜାର୍ଚ୍ଚନା କରନ୍ତି । ଧୁଆ ମୁଗ,ପାଚିଲା କଦଳୀ ଓ ସେଓ ଆଦି ଫଳମୂଳ ଭୋଗ ଲଗାଇ ରାଧା ଦାମୋଦରଙ୍କୁ ମାସ ସାରା ପୂଜା କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 14, 2019, 3:18 PM IST

ABOUT THE AUTHOR

...view details