ପୁରୀ: ସହରରେ ବେଆଇନ କୋରେକ୍ସ ବେପାର ବୃଦ୍ଧି ପାଉଛି । ମଙ୍ଗଳବାର ପୁରୀ ଟାଉନ ଥାନା ଓ ତାଳବଣିଆ ଥାନା ପୋଲିସ ପୃଥକ ଭାବେ ଚଢାଉ କରି ୬୫ ବୋତଲ କୋରେକ୍ସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।
ପୋଲିସର ଚଢାଉ, 4 କୋରେକ୍ସ ବେପାରୀ ଗିରଫ - ପୁରୀ କୋରେକ୍ସ ବେପାରୀ ଗିରଫ
ପୁରୀ ସହରରେ ବେଆଇନ କୋରେକ୍ସ ବେପାର ବଢି ଚାଲିଛି । ଏନେଇ ପୁରୀ ଟାଉନ ଥାନା ଓ ତାଳବଣିଆ ଥାନା ପୋଲିସ ପୃଥକ ଭାବେ ଚଢାଉ କରି ୪ ଜଣ କୋରେକ୍ସ ବେପାରୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...
ପୋଲିସର ଚଢାଉ, 4 କୋରେକ୍ସ ବେପାରୀ ଗିରଫ
କୋରେକ୍ସ କାରବାରରେ ଟାଉନ ଥାନା ପୋଲିସ ଦଇତାପଡା ସାହିର ଅରୁଣ କୁମାର ତ୍ରିପାଠୀ, ରାଜମାତା ନଗରର ରାକେଶ ପ୍ରଧାନ, ବାଣୁଆ ଗଳିର ଲୋକନାଥ ଦାଶକୁ ଗିରଫ କରିଥିବାବେଳେ ତାଳବଣିଆ ଥାନା ପୋଲିସ ତାଳବଣିଆ ଅଞ୍ଚଳ ବିରଞ୍ଚି ପାତ୍ରକୁ ଗିରଫ କରି କୋର୍ଟଚାଲାଣ କରିଛି । ନିଷିଦ୍ଧ କୋରେକ୍ସ ବେପାରକୁ ନେଇ ପୋଲିସ କଡା ନଜର ରଖିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ସହରରେ କୋରୋକ୍ସ କାରବାର ବୃଦ୍ଧି ପାଉଥିବାରୁ ଏନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ