ଓଡିଶା

odisha

By

Published : Dec 4, 2020, 10:52 PM IST

ETV Bharat / state

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା, କଥକ-ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ଆଜି କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା ଥିଲା । ଚତୁର୍ଥ ସନ୍ଧ୍ୟାରେ ପରିବେଷଣ ହୋଇଥିଲା କଥକ ଓ ଓଡିଶୀ ନୃତ୍ୟ । ଯାହାକି ଦର୍ଶକଙ୍କୁ ବେଶ ଆଭିଭୁତ କରିଥିଲା । ଅଧିକ ପଢନ୍ତୁ...

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା, କଥକ ଓ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ
କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା, କଥକ ଓ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ପୁରୀ: ଆଜି କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା ଥିଲା ଏବଂ ଏହି ଚତୁର୍ଥ ସନ୍ଧ୍ୟାରେ ପରିବେଷଣ ହୋଇଥିଲା କଥକ ଓ ଓଡିଶୀ ନୃତ୍ୟ । ପ୍ରଥମେ ମଞ୍ଚରେ ପ୍ରସିଦ୍ଧ କଥକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । କୋଲକାତାରୁ ଆସିଥିବା ରଞ୍ଜନ ଓ ବିକ୍ରମ ଲେଙ୍ଗର ଗ୍ରୁପ ପକ୍ଷରୁ କଥକ ନୃତ୍ୟ ପରିବେଷଣ ହୋଇଥିଲା । ଯାହାକି ଦର୍ଶକଙ୍କୁ ବେଶ ଆଭିଭୁତ କରିଥିଲା ।

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା, କଥକ ଓ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ

ପରେ ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା । ଭୁବନେଶ୍ୱରର ରୁଦ୍ରାକ୍ଷ ଫାଉଣ୍ଡେସନ ଗ୍ରୁପ ଏହି ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଯାହାକି ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁଥିଲା ।

କୋଭିଡ କଟକଣା ଭିତ୍ତିରେ ସୀମିତ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ବେଳେ ରଙ୍ଗୀନ ଆଲୋକ ମାଳାରେ କୋଣାର୍କ ରଙ୍ଗ ମଞ୍ଚ ସଜେଇ ହୋଇଥିଲା ।

ଆସନ୍ତାକାଲି ଅନ୍ତିମ ଦିନରେ ଓଡିଶୀ ସମେତ କଥକ ନୃତ୍ୟ ପରିବେଷଣ ହେବ । ଡିସେମ୍ବର 1 ତାରିଖରୁ ଆରମ୍ଭ ହୋଇଥିବା କୋଣାର୍କ ନୃତ୍ୟ ଉତ୍ସବ ଆସନ୍ତାକାଲି ଉଦଯାପିତ ହେବ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details