ଓଡିଶା

odisha

By

Published : Sep 23, 2021, 10:48 PM IST

ETV Bharat / state

ପିପିଲି ରାଜନୀତିରେ ହଟଚମଟ, BJDକୁ ସମର୍ଥନ କଲେ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ

ପିପିଲି ରାଜନୀତିରେ ହଟଚମଟ । ପୂର୍ବତନ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ଶାସକ ଦଳ ବିଜେଡିକୁ ସମର୍ଥନ କରିଛନ୍ତି । ଅଧିକ ପଢ଼ନ୍ତୁ...

ପିପିଲି ରାଜନୀତି ରେ ହଟଚମଟ, ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ବିଜେଡିକୁ କଲେ ସମର୍ଥନ
ପିପିଲି ରାଜନୀତି ରେ ହଟଚମଟ, ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ବିଜେଡିକୁ କଲେ ସମର୍ଥନ

ପୁରୀ: ପିପିଲି ଉପନିର୍ବାଚନ ନେଇ ଏବେ ଜୋରଜାର ପ୍ରଚାର । ଏହାରି ମଧ୍ୟରେ କଂଗ୍ରେସକୁ ଏକ ଝଟକା ଲାଗିଛି । ପୂର୍ବତନ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତ ରାୟଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ ଆଜି (ଗୁରୁବାର) ବିଜେଡିକୁ ଖୁଲମଖୁଲା ସମର୍ଥନ କରିଛନ୍ତି । ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ଓ ବିକାଶକୁ ନେଇ ସେ ବିଜେଡିକୁ ସମର୍ଥନ ଦେଇଥିବା କଥା କହିଛନ୍ତି। ଏହାକୁ ନେଇ କଂଗ୍ରେସ ଶିବିରରେ ଏବେ ହଲଚଲ୍‌ ସୃଷ୍ଟି ହୋଇଛି ।

ଯୁଧିଷ୍ଠିର ସାମନ୍ତ ରାୟଙ୍କ ପୁଅ ବିଜେଡିକୁ ସାମର୍ଥନ ଦେବାରୁ ପିପିଲିରେ ନିର୍ବାଚନରେ କଂଗ୍ରେସର ସ୍ଥିତି ଆହୁରି ଖରାପ ହେବ ବୋଲି ଚର୍ଚ୍ଚା ଧରିଛି । ସେପଟେ କଂଗ୍ରେସ କହିଛି ଯେ, ଯୁଧିଷ୍ଠିର ସାମନ୍ତରାୟଙ୍କ ଗୋଷ୍ଠୀ ବିଜେଡିକୁ ସମର୍ଥନ କଲେ କଂଗ୍ରେସ ଉପରେ କୌଣସି ପ୍ରଭାବ ପଡ଼ିବନି। କଂଗ୍ରେସ ଦଳରେ ରହି କିଭଳି ସେ ଦୋମୁହାଁ ନୀତିରେ ଥିଲେ ତାହା ସ୍ପଷ୍ଟ ବର୍ତ୍ତମାନ ହୋଇଛି । କଂଗ୍ରେସକୁ ଲୋକ ମାନେ ପିପିଲି ଉପନିର୍ବାଚନରେ ଜିତାଇବେ ବୋଲି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି ।

ପିପିଲି ରାଜନୀତି ରେ ହଟଚମଟ, ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ବିଜେଡିକୁ କଲେ ସମର୍ଥନ

ସେପଟେ ବିଜେପି ମଧ୍ୟ ଆଜି ପ୍ରଚାରକୁ ଜୋରଦାର କରିଛି । ଯୁଧିଷ୍ଠିର ସାମନ୍ତରାୟଙ୍କ ଗୋଷ୍ଠୀ ବିଜେଡିକୁ ସମର୍ଥନ ଦେବା ବିଜେପି ପାଇଁ କୌଣସି ଫରକ ପଡ଼ିବନି ବୋଲି ବିଜେପିର ବରିଷ୍ଠ ନେତା ଗୋଲଖ ମହାପାତ୍ର କହିଛନ୍ତି। ବିଜେଡି ନିଜକୁ ଦୁର୍ବଳ ଭାବୁଥିବାରୁ ଅନ୍ୟ ଦଳରୁ ନେତାଙ୍କୁ ଆଣି ନିଜକୁ ଦୃଢ଼ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ଏହି ଆସନରେ ବିଜେପି ବିଜୟୀ ହେବ ବୋଲି ସେ କହିଛନ୍ତି ।

ସେପଟେ ବିଜେଡି କହିଛି ବିଜେଡି ଦୁର୍ବଳ ନୁହେଁ । ନବୀନ ବାବୁଙ୍କ ସ୍ୱଚ୍ଛ ଓ ବିକାଶ ରାଜନୀତିରେ ପ୍ରଭାବିତ ହୋଇ ଅନ୍ୟ ଦଳରୁ ନେତା ଆସି ମିଶୁଛନ୍ତି । ବିଜେଡି ପିପିଲି ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିବ । ପିପିଲି, ଡେଲାଙ୍ଗରେ ଆଜି ବିଭିନ୍ନ ଦଳର ତାରକା ପ୍ରଚାରକ ଘରକୁ ଘର ବୁଲି ନିଜନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details