ଓଡିଶା

odisha

ETV Bharat / state

କାଳିଆ ପ୍ରେମରେ ୟୁକ୍ରେନ ଭକ୍ତ, ଭଙ୍ଗାକୁଡୁଆରେ ଖାଇଲେ ମହାପ୍ରସାଦ - ବିଦେଶୀଙ୍କ ଅବଢା ଖିଆ

ୟୁକ୍ରେନ ରୁ ପୁରୀ। ସାତଦରିଆ ପାର କରି ଚକାଆଖିକୁ ଦେଖିବାକୁ ଚାଲିଆସିଛନ୍ତି ବିଦେଶୀ ଶ୍ରଦ୍ଧାଳୁ। ବଡଦାଣ୍ଡରେ ବସି ଭଙ୍ଗାକୁଡୁଆରେ ଖାଉଛନ୍ତି ଭାବର ଅବଢା । ଅଧିକ ପଢନ୍ତୁ...

ମହାପ୍ରସାଦ ପ୍ରେମରେ ବିଦେଶୀ
ମହାପ୍ରସାଦ ପ୍ରେମରେ ବିଦେଶୀ

By

Published : Oct 11, 2020, 12:15 PM IST

ପୁରୀ: ଭକ୍ତର ଭାବରେ ବନ୍ଧା ସେ କାଳିଆ ଠାକୁର। ତା'ର ମହିମା ବା କାହାକୁ ଅଗୋଚର। ସେଥିପାଇଁ ତ ମହାପ୍ରଭୁଙ୍କର ଟିକିଏ ଦର୍ଶନ ଓ ଆଶୀର୍ବାଦ ପାଇବାକୁ ସାରା ବିଶ୍ବରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ। ଏପରିକି ଅନ୍ୟ ଧର୍ମର ବ୍ୟକ୍ତି ମାନଙ୍କର ମଧ୍ୟ ମହାପ୍ରଭୁଙ୍କ ଉପରେ ଅଗାଢ ବିଶ୍ବାସ ରହିଛି। ଶ୍ରୀମନ୍ଦିର ଭିତରକୁ ନ ଯାଇ ପାରିଲେ ମଧ୍ୟ ପତିତପାବନଙ୍କୁ ବାହାରୁ ମୁଣ୍ଡିଆ ମାରି ମହାପ୍ରସାଦ ଟିକେ ସେବନ କରି ଅପାର ଆନନ୍ଦ ଲାଭ କରନ୍ତି ବିଦେଶୀ ଅଣ ହିନ୍ଦୁ ଭକ୍ତ।

ମହାପ୍ରସାଦ ପ୍ରେମରେ ବିଦେଶୀ

ତେବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବିଦେଶୀ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ କୁଡୁଆରେ ମହାପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଛି । ଆନନ୍ଦ ମନରେ ହସି ହସି ମହାପ୍ରସାଦ ସେବନ କରୁଛନ୍ତି ଦୁଇ ବିଦେଶୀ। ମହାପ୍ରସାଦ ସେବନର ମାହାତ୍ମ୍ୟ ଜାଣିବା ପରେ ଆତ୍ମାକୁ ଟିକେ ତୃପ୍ତ କରିବା ପାଇଁ ମହାପ୍ରସାଦ ସେବନ କରୁଛନ୍ତି ଉଭୟ।

ଏ ଦୃଶ୍ୟ ଦେଖିବାପରେ ବିଦେଶୀ ମାନେ ମଧ୍ୟ କେତେ ନିଷ୍ଠା ସହକାରେ ମହାପ୍ରଭୁଙ୍କୁ ଭକ୍ତି କରନ୍ତି ତାହା ଜଣାପଡୁଛି। ବିଦେଶୀ ଜଗନ୍ନାଥପ୍ରେମୀଙ୍କ ଭଙ୍ଗା କୁଡ଼ୁଆରେ ଅବଢ଼ା ସେବନ ଦୃଶ୍ୟ ବେଶ ଚର୍ଚ୍ଚା ହୋଇଛି। ତେବେ ଏହି ଦୁଇ ଶ୍ରଦ୍ଧାଳୁ ୟୁକ୍ରେନର ବୋଲି ଜଣାପଡିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details