ପୁରୀ:ଶ୍ରୀମନ୍ଦିର ଭିତରେ ବିଦେଶୀ ଭକ୍ତଙ୍କ ପ୍ରବେଶକୁ ନେଇ ଅସନ୍ତୋଷ । ମନ୍ଦିର ପରିସରରେ ଜଣେ ବିଦେଶୀ ମହିଳା ପ୍ରବେଶ କରିଥିବା କୁହାଯାଉଛି । ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସୂଚନା ଅନୁଯାୟୀ, ଆଜି ଜଣେ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରୁ ବାହାରିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କୁ ଚକିତ କରିଥିଲା । ସେହି ବିଦେଶୀ ପର୍ଯ୍ୟଟକ ଜଣଙ୍କ କିଭଳି ଓ କେଉଁ ପରିସ୍ଥିିତିରେ ଶ୍ରୀମନ୍ଦିରରେ ପ୍ରବେଶ କଲେ ସେନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ସିଂହଦ୍ଵାରରେ ପୋଲିସ କର୍ମଚାରୀ, ଜେଟିପି ଥିବାବେଳେ କେହି କେମିତି ବିଦେଶୀଙ୍କୁ ଜାଣି ପାରିଲେ ନାହିଁ ଏବଂ ଅଟକାଇଲେ ନାହିଁ ସେନେଇ ପ୍ରଶ୍ନ ଉଠିଛି । ପୁଣି ଥରେ ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ତେଜିଛି ।
ଯଦି ବିଦେଶୀ ଜଣଙ୍କ କୌଣସି ଖରାପ ଉଦ୍ଦେଶ୍ୟ ନେଇ ପ୍ରବେଶ କରିଥାନ୍ତେ, ଆଉ ପରେ କିଛି ଦୁର୍ଘଟଣା ଘଟିଥାନ୍ତା ସେଥିପାଇଁ ଦାୟୀ କିଏ ରହିଥାନ୍ତେ ବୋଲି ପ୍ରଶ୍ନ ଉଠିଛି ।" ପୁରୀ ପୋଲିସ କାହିଁକି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ଅବହେଳା କରୁଛି?" ବୋଲି ପ୍ରଶ୍ନ ଉଠାଇଛନ୍ତି ଭକ୍ତ। ସେହିପରି କିଛି ଦିନ ପୂର୍ବରୁ ଜଣେ ଯୁବତୀ ଶ୍ରୀମନ୍ଦିର ଭିତରେ ରିଲ୍ସ କରିଥିବାର ଭିଡିଓ ଭାଇରାଲ ହୋଇଥଲା। ଶ୍ରୀମନ୍ଦିରକୁ ମୋବାଇଲ ନେବା ନିଷେଦ୍ଧ ଥିବାବେଳେ ପୋଲିସ କିଭଳି ଜାଣିପାରିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା।
ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିରରେ ହୋଇପାରୁନି ଶୃଙ୍ଖଳିତ ଦର୍ଶନ, ଭକ୍ତ ଅସନ୍ତୋଷ