ପୁରୀ:ଚାଲିଛି ଧର୍ମର ମାସ କାର୍ତ୍ତିକ । ଏହି ମାସଟି ଯାକ ଅଧ୍ୟାତ୍ମିକ ପରିସର ସୃଷ୍ଟି ହୋଇଥାଏ । ହବିଷ୍ୟାଳିମାନେ ଶ୍ରୀମନ୍ଦିର ଯାଇ କାର୍ତ୍ତିକ ବ୍ରତ କରିଥାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ପୁରୀରେ ବିଦେଶୀ ଭକ୍ତ କାର୍ତ୍ତିକ ବ୍ରତ କରିଛନ୍ତି । କାଳିଆ ପ୍ରେମରେ ବୁଡି ଯାଇଛନ୍ତି ବିଦେଶୀ ଭକ୍ତ । ଜୟ ଜଗନ୍ନାଥ ଓ ହରେ କୃଷ୍ଣ ହରେ ରାମ ସଂକୀର୍ତ୍ତନରେ ନିଜକୁ ହଜାଇ ଦେଇଛନ୍ତି ବିଦେଶୀ ଭକ୍ତ । କାର୍ତ୍ତିକ ମାସରେ ବିଦେଶୀ ଭକ୍ତ କାର୍ତ୍ତିକ ବ୍ରତ ପାଳନ କରି ମହାପ୍ରଭୁଙ୍କୁ ସ୍ମରଣ କରି ଭଜନକୀର୍ତ୍ତନ କରି ଦିନ କାଟୁଛନ୍ତି ।
ଶ୍ରୀ ଚୈତନ୍ୟଙ୍କ ଭକ୍ତ ହୋଇଥିବାରୁ ବିଦେଶୀମାନେ କାର୍ତ୍ତିକ ମାସରେ ପୁରୀ ଆସି କୀର୍ତ୍ତନ କରି ଶ୍ରୀକ୍ଷେତ୍ର ପରିକ୍ରମା କରିଛନ୍ତି । ହବିଷ ବ୍ରତ ମଧ୍ୟ କରିଛନ୍ତି । ମଠ ଭିତରେ ବୃନ୍ଦାବତୀ ପୂଜା କରି ଭଜନ କୀର୍ତ୍ତନ କରୁଥିବା ବେଳେ କାର୍ତ୍ତିକ ବ୍ରତ ପାଳନ କରିଛନ୍ତି । ସକାଳ ବେଳା ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ମଧ୍ୟ କରୁଛନ୍ତି । ଏହି ବିଦେଶୀ ବ୍ରତଧାରୀଙ୍କ ମଧ୍ୟରେ ରହିଛନ୍ତି ଋଷ, ୟୁକ୍ରେନ ସମେତ ଅନେକ ଇଉରୋପର ନାଗରିକ । ଯେହେତୁ ଏହା ହେଉଛି ଧର୍ମର ମାସ । ତେଣୁ ସେମାନେ ଏହି ବ୍ରତ ପାଳନ କରିଛନ୍ତି ।