ଓଡିଶା

odisha

ETV Bharat / state

ଅସହାୟଙ୍କ ସାହା ପାଲଟିଲା ସ୍ବେଚ୍ଛାସେବୀ ଅନୁଷ୍ଠାନ, ବାଣ୍ଟିଲା ଖାଦ୍ୟ - ଖାଦ୍ୟ ବିତରଣ କାର୍ଯ୍ୟକ୍ରମ

କୋରୋନା ସମୟରେ ଖାଦ୍ୟାଭାବର ସମୁଖୀନ ହେଉଥିବା ଗରିବ ଅସହାୟ ମାନଙ୍କୁ ସହାୟତାର ହାତ ବଢାଇଛି ପୁରୀର ସ୍ବେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଅଫ ଆକ୍ସନ । ଅଧିକ ପଢନ୍ତୁ...

Food distribution program by Puri voluntary organization
ପୁରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଖାଦ୍ୟ ବିତରଣ କାର୍ଯ୍ୟକ୍ରମ

By

Published : Oct 18, 2020, 4:25 PM IST

ପୁରୀ: ସମଗ୍ର ବିଶ୍ବରେ କୋରୋନା ଭୟ। ଚାରିଆଡ଼େ ହାହାକାର ପରିସ୍ଥିତି। କୋରୋନା ପାଇଁ ସମଗ୍ର ବିଶ୍ବରେ ଅର୍ଥନୀତି ମଧ୍ୟ ଏକ ପ୍ରକାର ଭୁଶୁଡ଼ି ପଡ଼ିଲାଣି। ଏପରିକି ଅନେକ ଗରିବ ଲୋକ ଖାଦ୍ୟାଭାବର ସମୁଖୀନ ହୋଇଛନ୍ତି । ଏହି ଅସମୟରେ ଗରିବ ଲୋକଙ୍କୁ ସହାୟତା ହାତ ବଢାଇଛି ପୁରୀର ସ୍ବେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଅଫ ଆକ୍ସନ ।

ପୁରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଖାଦ୍ୟ ବିତରଣ କାର୍ଯ୍ୟକ୍ରମ

ପ୍ରତି ରବିବାର ଏହି ଅନୁଷ୍ଠାନ ଦ୍ବାରା ଗରିବ ଲୋକଙ୍କୁ ଖାଦ୍ୟ ବିତରଣ କରାଯାଉଛି । ରାସ୍ତାରେ ବୁଲୁ ଥିବା ଗରିବ ନିରାଶ୍ରୟ ଲୋକ ହୁଅନ୍ତୁ ଅବା ପୁରୀ ବୁଲିବାକୁ ଆସି ଥିବା ଭକ୍ତ ହୁଅନ୍ତୁ, ସମସ୍ତଙ୍କୁ ଅନ୍ନ ଦାନ କରାଯାଉଛି। ତେବେ ଅଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ପୁରୀ ସହରରେ ବ୍ୟାପକ କରାଯିବ ବୋଲି ସଂଗଠନର କର୍ମକର୍ତ୍ତା କହିଛନ୍ତି।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details