ପୁରୀ:ବିଶ୍ବମ୍ବର ବିଦ୍ୟାପୀଠ ପୁରାତନ ଛାତ୍ରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଫୁଡ ବ୍ୟାଙ୍କ । ଏହି ଫୁଡ ବ୍ୟାଙ୍କ ଜରିଆରେ ୩ ଦିନ ଧରି ପୁରୀ ସହରର ପ୍ରାୟ ୨୦୦ ଗରିବ ଓ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ଅଭିଯାନରେ ଗରିବ ଓ ଅସହାୟ ଲୋକେ ଫୋନ କରି ଆବଶ୍ୟକ ଶୁଖିଲା ଖାଦ୍ୟ ଗ୍ରହଣ କରୁଛନ୍ତି । ଖାଲି ସେତିକି ନୁହେଁ କୋଭିଡ କଟକଣା ମଧ୍ୟରେ ଏହି ସବୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଛନ୍ତି ବିଶ୍ବମ୍ବର ବିଦ୍ୟାପୀଠ ପୁରାତନ ଛାତ୍ର ।
ଅସହାୟଙ୍କ ପାଇଁ ଆରମ୍ଭ ହେଲା ଫୁଡ ବ୍ୟାଙ୍କ - puri news
ବିଶ୍ବମ୍ବର ବିଦ୍ୟାପୀଠ ପୁରାତନ ଛାତ୍ରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଫୁଡ ବ୍ୟାଙ୍କ । ଏହି ଫୁଡ ବ୍ୟାଙ୍କ ଜରିଆରେ ୩ ଦିନ ଧରି ପୁରୀ ସହରର ପ୍ରାୟ ୨୦୦ ଗରିବ ଓ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଅଧିକ ପଢ଼ନ୍ତୁ...
ଅସହାୟଙ୍କ ପାଇଁ ଆରମ୍ଭ ହେଲା ଫୁଡ ବ୍ୟାଙ୍କ
ବିଶ୍ବମ୍ବର ବିଦ୍ୟାପୀଠ ପୁରାତନ ଛାତ୍ର ଏହି ସଂସ୍ଥା ଆରମ୍ଭ କରିଛନ୍ତି । ଏହି ସଂସ୍ଥା ପକ୍ଷରୁ ଆଜି (ବୁଧବାର) ସିଦ୍ଧ ମହାବୀରସ୍ଥିତ ହୋପ୍ ଇଜ୍ ଲାଇଫ୍ ସଂସ୍ଥା ପକ୍ଷରୁ ପରିଚାଳିତ ଜରାନିବାସରେ ୧୫ ଜଣ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । କୋରୋନା ମହାମାରୀ ସମୟରେ ଏଭଳି ସହାୟତା ପାଇ ଅନ୍ତେବାସୀ ମଧ୍ୟ ବେଶ ଖୁସି ଜାହିର କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ