ଓଡିଶା

odisha

ETV Bharat / state

ଧନୁଁଆରୁ ଛାଡୁଛି ବନ୍ୟାଜଳ, ଚାଷୀ ଆଖିରୁ ଝରୁଛି ଲୁହ

ପାଣି ଛାଡ଼ିବା ପରେ ଏବେ ଚାଷ ଜମିରେ ଭାସୁଛି ଆଣ୍ଠୁଏ ଉଚ୍ଚର ଦଳ । ଯାହାକୁ ନ କାଢିଲେ ଧାନ ଗଛ ପଚିଯିବା ଭୟ। ଏପଟେ ଦଳ କାଢ଼ିବା ପାଇଁ ଗୋଡ଼ କାଢ଼ିଲେ ବିଷଧର ସାପର ଭୟ ।

By

Published : Sep 4, 2020, 6:14 AM IST

floodwaters are flowing from the bow, Farmers are suffering  (HEADLINE)
ଧନୁଁଆରୁ ଛାଡୁଛି ବନ୍ୟାଜଳ, ଚାଷୀ ଆଖିରୁ ଝରୁଛି ଲୁହ

ନିମାପଡା:କମୁଛି ବନ୍ୟାଜଳ । ମାତ୍ର ଚାଷୀ ମୁଣ୍ଡ ଉପରେ ବନ୍ୟାଜଳ ଯେମିତି ଚଡ଼କ ପରି ହୋଇଛି । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଧନୁଁଆ ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ଏବେ ବି ବନ୍ୟାଜଳ ଅଣ୍ଟେ ଲେଖାଏଁ ପାଣି ରହିଛି । କୂଳ ଲଙ୍ଘିଛି ଧନୁଆଁ ନଦୀ ।

ଧନୁଁଆରୁ ଛାଡୁଛି ବନ୍ୟାଜଳ, ଚାଷୀ ଆଖିରୁ ଝରୁଛି ଲୁହ

ଦୀର୍ଘ ୮ଦିନ ଧରି ପାଣି ଭିତରେ ବୁଡି ରହିଥିବା ଚାଷ ଜମିକୁ ଦେଖି ଚାଷୀର ବୁଡିଛି ହୋସ । ପାଣି ଛାଡ଼ିବା ପରେ ଏବେ ଚାଷ ଜମିରେ ଭାସୁଛି ଆଣ୍ଠୁଏ ଉଚ୍ଚର ଦଳ । ଯାହାକୁ ନ କାଢିଲେ ଧାନ ଗଛ ପଚିଯିବା ଭୟ। ଏପଟେ ଦଳ କାଢ଼ିବା ପାଇଁ ଗୋଡ଼ କାଢ଼ିଲେ ବିଷଧର ସାପର ଭୟ। ଏସବୁ ଭିତରେ ଭାଗ୍ୟକୁ ଦୋଷ ଦେଇ ଦୁଃଖ କଷ୍ଟରେ ଚାଷ ଜମିରୁ ଦଳ କାଢିବାରେ ବ୍ୟସ୍ତ ରହିଛନ୍ତି ଚାଷୀ ପରିବାର ।

ଏଭଳି ସ୍ଥିତିରେ ନା ଜିଲ୍ଲା ପ୍ରଶାସନର ଦେଖାଅଛି ନା ଏଥିପ୍ରତି କୌଣସି ପଦକ୍ଷେପ ନେଉଛନ୍ତି । ଅନ୍ୟପଟେ ପଞ୍ଚାୟତର ଉଳପଦା ଗ୍ରାମର ଯୁବ ଚାଷୀ ବାଜି ପରିଡ଼ା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପଞ୍ଚାୟତର ଦଳ ସମସ୍ୟା ପାଇଁ ସେ ନିକଟସ୍ଥ ଗାଁର କିଛି ଯୁବକଙ୍କୁ ଦାୟୀ କରିଛନ୍ତି ।

ଅଭିଯୋଗ ମୁତାବକ ଦେଖତା ଗାଁରେ ଥିବା ଏକ ପୋଖରୀରୁ କିଛି ଯୁବକ ମାଛ ଚାଷ ପାଇଁ ଦଳ କାଢ଼ି ବନ୍ୟାପାଣିରେ ଛାଡିଛନ୍ତି । ଫଳରେ ଦଳ ଭାସି ଆସି ଲୋକଙ୍କ ଚାଷଜମିରେ ଅଟକି ରହୁଛି । ଏନେଇ ସେମାନଙ୍କୁ ବାରଣ କରିବାରୁ ସେହି ଯୁବକମାନେ ମିଶି ଗାଳିଗୁଲଜ ସହ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗୋଟିଏପଟେ ଦେଖତା ଓ ଅନ୍ୟପଟେ ବଉଳପଦା, ଇଛାପୁର, ରଏଡ଼ବଜାର, ବଣିକସାହି ଗ୍ରାମ ମଧ୍ୟରେ ବିବାଦ ଦେଖାଯାଇଛି ।

ନିମାପଡାରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details