ଓଡିଶା

odisha

By

Published : Aug 16, 2019, 5:16 PM IST

ETV Bharat / state

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲାପାଳଙ୍କ ବୈଠକ

ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ନେଇ କହିବା ସହ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ହୀରାକୁଦ ଡ୍ୟାମରୁ ଚାଲିଛି ବନ୍ୟା ଜଳ ନିଷ୍କାସନ । ଏପଟେ ବନ୍ୟା ଜଳ ମହାନଦୀରେ ପ୍ରବାହିତ ହେବା କାରଣରୁ ତଳିଆ ଅଞ୍ଚଳ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିଶେଷ କରି ବନ୍ୟାଜଳ ଦୟା ଓ ଭାର୍ଗବୀ ନଦୀରେ ଆସିଥିବାରୁ କଣାସ, ଡେଲାଙ୍ଗ ଓ ବ୍ରହ୍ମଗିରିବାସୀଙ୍କ ଛାତିରେ ଛନକା ପଶିଲାଣି । ସାମ୍ଭବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବିଡ଼ିଓ, ତହସିଲଦାରଙ୍କୁ ଖାଦ୍ୟ ସାମଗ୍ରୀ, ଔଷଧ ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତଳିଆ ଅଞ୍ଚଳରେ ପାଣି ହେଲେ ଲୋକଙ୍କୁ ଉଦ୍ଧାର କରି ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ବର୍ତ୍ତମାନ ବନ୍ୟା ଆଶଙ୍କା ଏତେଟା ନଥିବାରୁ ଲୋକଙ୍କୁ ଭୟଭୀତ ନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିସହ ବନ୍ୟା ପରିସ୍ଥିତି ଉପୁଜିଲେ ମୁକାବିଲା ପାଇଁ ପ୍ରସ୍ତୁତ ଥିବା ନେଇ ସେ କହିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details