ଓଡିଶା

odisha

ETV Bharat / state

ବନ୍ୟା ପାଣିରେ ଭାସିଲା ସରକାରୀ ପ୍ରତିଶୃତି, ରିଲିଫ ଅପେକ୍ଷାରେ କ୍ଷତିଗ୍ରସ୍ତ - ପୁରୀରେ ବନ୍ୟା ପ୍ରଭାବ

ଚଳିତବର୍ଷ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପୁରୀ ଧନୁଆ ଓ ଭାର୍ଗବୀ ନଦୀର ବନ୍ୟା ଜଳରେ ସ୍ଥାନୀୟ ଲୋକେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ । ଏମାନଙ୍କୁ ରିଲିଫ ଯୋଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେବା ସତ୍ତ୍ବେ 15 ଦିନରୁ ଅଧିକ ସମୟ ବିତିଥିଲେ ବି ପୂରଣ ହୋଇନି ପ୍ରତିଶୃତି ।

puri latest news, flood effect in puri, flood relief in puri, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ ବନ୍ୟା ପ୍ରଭାବ, ପୁରୀରେ ବନ୍ୟା ରିଲିଫ
ବନ୍ୟା ପାଣିରେ ଭାସିଲା ସରକାରୀ ପ୍ରତିଶୃତି, ରିଲିଫ ଅପେକ୍ଷାରେ କ୍ଷତିଗ୍ରସ୍ତ

By

Published : Sep 17, 2020, 1:12 PM IST

ପୁରୀ: ଚଳିତବର୍ଷ କୋରୋନା ସ୍ଥିତି ସମୟରେ ସାରା ରାଜ୍ୟକୁ କଲବଲ କରିଥିବା ଲଘୁଚାପ ଜନିତ ଲଗାଣ ବର୍ଷା । ଏନେଇ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପୁରୀ ଧନୁଆ ଓ ଭାର୍ଗବୀ ନଦୀର ବନ୍ୟା ଜଳରେ ସ୍ଥାନୀୟ ଲୋକେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ । ଏମାନଙ୍କୁ ରିଲିଫ ଯୋଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେବା ସତ୍ତ୍ବେ 15 ଦିନରୁ ଅଧିକ ସମୟ ବିତିଥିଲେ ବି ପୂରଣ ହୋଇନି ପ୍ରତିଶୃତି । ଏପର୍ଯ୍ୟନ୍ତ 50 କିଲୋଗ୍ରାମ ଚାଉଳ ଓ‌ 500 ଟଙ୍କା ଆଶାରେ ଅନେଇ ବସିଛନ୍ତି ବନ୍ୟା ବିପନ୍ନ ।

ବନ୍ୟା ପାଣିରେ ଭାସିଲା ସରକାରୀ ପ୍ରତିଶୃତି, ରିଲିଫ ଅପେକ୍ଷାରେ କ୍ଷତିଗ୍ରସ୍ତ

ପୁରୀ ଜିଲ୍ଲା ଗୋପ ବ୍ଲକ ରାହଁଗୋରଡା ପଞ୍ଚାୟତ 10 ନଂ ଓ୍ଵାର୍ଡରେ ଲୋକେ ଏହି ଅଭିଯୋଗ କରିଛନ୍ତି । ଚଳିତ ବନ୍ୟାରେ ଦୀର୍ଘ 15 ଦିନ ଧରି ଜଳବନ୍ଦୀରେ ରହିଥିବା ବେଳେ ଗାଁ ଦାଣ୍ଡରେ ଅଣ୍ଟାଏ ଉଚ୍ଚର ବନ୍ୟା ଜଳ ଲହରୀ ମାରୁଥିଲା । ବନ୍ୟାରେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରିଲିଫ ବାବଦରେ ମିଳିଥିଲା ବିପନ୍ନଙ୍କୁ ମାତ୍ର ଅଳ୍ପ କିଛି ଚୂଡା ଓ ଗୁଡ । ଏହା ବ୍ୟତୀତ ଆଉ କିଛି ମିଳି ନଥିବା ଅଭିଯୋଗ କରିଛନ୍ତି ‌ବନ୍ୟା ବିପନ୍ନ। ଗ୍ରାମର 110ଟି ପରିବାରରୁ 55ଟି ପରିବାର ପାଖରେ ରାସନ କାର୍ଡ ଥାଇ ମଧ୍ୟ ସରକାରଙ୍କ ଘୋଷଣା ମୁତାବକ ଚାଉଳ ଓ ଟଙ୍କା ବିପନ୍ନଙ୍କୁ ମିଳି ପାରିନଥିବା ଜଣାପଡିଛି ।

ତେବେ ସ୍ଥାନୀୟ ବ୍ଲକ ବିଡ଼ିଓଙ୍କ ପାଖରେ ଗ୍ରାମବାସୀ ଏନେଇ ଅଭିଯୋଗ କରିବା ପରେ 24 ଘଣ୍ଟା ମଧ୍ୟରେ ରିଲିଫ ମିଳିବ ବୋଲି ପ୍ରତିଶୃତି ମିଳିଥିଲା । ହେଲେ ଏପର୍ଯ୍ୟନ୍ତ ରିଲିଫ ବି ମିଳିନଥିବା ଅଭିଯୋଗ ହୋଇଛି। ସେପଟେ ବନ୍ୟାରେ ଧାନ ଓ ପରିବା ଚାଷ ସମେତ ଫସଲ ସବୁ ନଷ୍ଟ ହୋଇଥିବା ବେଳେ ଜୀବନ ଜୀବିକା ହରାଇଥିବା ବନ୍ୟା ବିପନ୍ନମାନେ ବାଧ୍ୟ ହୋଇ ରିଲିଫ ଦାବିରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details